Friday, October 16, 2026
28.4 C
Odisha

    ଓଡ଼ିଶାର ବିକାଶକୁ କେନ୍ଦ୍ର ଅବହେଳା କରିଛି: ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ ଦାସବର୍ମା ଓ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନ କାଳରେ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଇଥିବା ବକ୍ତବ୍ୟକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ଦାସବର୍ମା କହିଥିଲେ, ଦୀର୍ଘ ଦୁଇ ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ଧରି ଆମ ଦଳ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦାବି କରିଆସୁଛି। ଏଥିପାଇଁ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆମେ ଆମ ସ୍ୱର ଉତ୍ତୋଳନ କରିଆସୁଛୁ। ଭାରତବର୍ଷର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ନୀତି ଆୟୋଗ ପର୍ଯ୍ୟନ୍ତ ଆମ ଦାବିକୁ କେବଳ ଉପସ୍ଥାପନା କରାଯାଇନି, ଓଡ଼ିଶା ବିଧାନସଭାରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ସର୍ବଦଳୀୟ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି। କିନ୍ତୁ ଦୁର୍ଭାଗ୍ୟର କଥା ଓଡ଼ିଶାରୁ ବିଜେପି ସରକାର ୨୧ରୁ ୨୦ ସାଂସଦ ହାସଲ କରିଥିବା ବେଳେ ଚଳିତ ବଜେଟ୍‌ରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଆଭିମୁଖ୍ୟ ନୈରାଶ୍ୟଜନକ। ବିହାରକୁ ୨୬ ହଜାର କୋଟି ଓ ଆନ୍ଧ୍ରପ୍ରଦେଶକୁ ୧୬ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବହେଳା ଜଳ ଜଳ ହୋଇ ଦେଖାଯାଉଛି। ଆଜି ଭାରତବର୍ଷର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି କହିଛନ୍ତି ଗଲା ୧୦ ବର୍ଷ ଧରି ଓଡ଼ିଶାକୁ ପର୍ଯ୍ୟାପ୍ତ ସହାୟତା ଦିଆଯାଇଛି। କିନ୍ତୁ ଏଠି ସ୍ପଷ୍ଟତାର ସହ ଆମେ କହିରଖିବାକୁ ଚାହୁଁ, ମାନ୍ୟବର କୋଇଲା ଓ ଖଣିଜ ସମ୍ପଦ ମନ୍ତ୍ରୀ କୋଇଲା ରୟାଲିଟି ସଂଶୋଧନ ସମ୍ପର୍କରେ ସଂସଦର ପ୍ରଶ୍ନ କାଳରେ କହିଛନ୍ତି, ଶେଷଥର ପାଇଁ ୧୦.୦୫.୨୦୧୨ ମସିହାରେ କୋଇଲା ରୟାଲିଟି ଦର ସଂଶୋଧିତ ହୋଇଥିଲା ଏବଂ ଗତ ୧୨ ବର୍ଷ ଧରି କୋଇଲାର ଦର ସଂଶୋଧନ ନ ହେବା ଫଳରେ ଓଡ଼ିଶା ସରକାର ବାର୍ଷିକ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ପୂର୍ବାଞ୍ଚଳ କାଉନସିଲ୍‌ ବୈଠକରେ କୋଇଲାର ରୟାଲିଟି ସଂଶୋଧନ କରି ୧୪%ରୁ ୨୦% କରିବା ପାଇଁ ଦାବି କରିଆସିଛନ୍ତି। କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ୩ ବର୍ଷରେ ରୟାଲିଟି ସଂଶୋଧନ ହେବାର ଥିଲାବେଳେ ଏହାକୁ ଅଣଦେଖା କରାଯାଇଛି। ଏହାଫଳରେ ଓଡ଼ିଶା ପ୍ରଭୁତ୍ତ କ୍ଷତି ସହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    73 %
    1.8kmh
    62 %
    Fri
    29 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ