Sunday, June 14, 2026
27.7 C
Odisha

    ପୋଲିସ ଏସଆଇ ଚାକିରି କେଳେଙ୍କାରୀ ମାମଲା, ସିବିଆଇ ପକ୍ଷରୁ ୮ଜଣଙ୍କ ନାଁରେ NBW ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପୋଲିସ ଏସଆଇ ଚାକିରି କେଳେଙ୍କାରୀ ମାମଲାରେ ସିବିଆଇ ପକ୍ଷରୁ ୮ଜଣଙ୍କ ନାଁରେ NBW ଜାରି । ସିବିଆଇ ପକ୍ଷରୁ ଜାରି ହୋଇଥିବା ସମନର ଉତ୍ତର ନରଖିବାରୁ ୮ ଜଣଙ୍କ ନାଁରେ NBW ଜାରି କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଅନ୍ବେଶ ନାୟକ, ଆଶିଷ କୁମାର ,ବଳରାମ ପ୍ରଧାନ, ଧର୍ମେନ୍ଦ୍ର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ଗୋପାଳ କ୍ରିଷ୍ଣ ଦାସ, ଗୋପୀ ରମଣ, ସଞ୍ଜୟ କୁମାରଙ୍କା ନାଁରେ ଏନବିଡବ୍ଲୁ ଜାରି ହୋଇଛି ।

    ଚାକିରି କେଳେଙ୍କାରୀ ମାମଲାରେ ପ୍ରାଥମିକ ଚାର୍ଜସିଟ୍ ପରେ ଏହି ୮ ଜଣଙ୍କ ବିରୋଧରେ ସିବିଆଇ ତାର ତଦନ୍ତ ପ୍ରକ୍ରିୟାରେ କିଛି ସୁରାଗ ପାଇଥିଲା । ଯେଉଁମାନଙ୍କୁ ତଦନ୍ତରେ ପଚରାଉଚରା ପାଇଁ ବାରମ୍ବାର ସମନ ସତ୍ୱେ କୌଣସି ଉତ୍ତର ରଖିନଥିଲେ । ଯାହାକୁ ନେଇ ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ଅବଗତ କରାଇଥିଲା CBI ।

    କେବଳ ସେତିକି ନୁହେଁ, ରାଜ୍ୟ ବାହାର ବିହାରରେ ୩ ଜଣଙ୍କୁ ଖୋଜୁଛି ସିବିଆଇ । ରବିକାନ୍ତ କୁମାର,ସନ୍ତୋଷ ପାଶୱାନ ଓ ଜିତେନ୍ଦ୍ର କୁମାରକୁ ଖୋଜୁଛି ସିବିଆଇ। ଏହି କେଳେଙ୍କାରୀ ମାମଲାରେ ମୋଟ ୧୩୩ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ୧୬ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.7 ° C
    27.7 °
    27.7 °
    63 %
    1.4kmh
    91 %
    Sat
    28 °
    Sun
    41 °
    Mon
    40 °
    Tue
    42 °
    Wed
    42 °

    ସମ୍ବନ୍ଧିତ