Wednesday, September 9, 2026
30.9 C
Odisha

    ବିହାର କ୍ୟାବିନେଟ୍‌ ସମ୍ପ୍ରସାରଣ: ନୀତୀଶ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ବିଜେପିର ୭ ନେତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିହାରରେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ଚଳିତ ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ନୀତୀଶ କୁମାରଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆଜି ୭ ଜଣ ବିଜେପି ବିଧାୟକ ସଂଜୟ ସରାଓଗି, ସୁନିଲ କୁମାର, ଜୀବେଶ ମିଶ୍ର, ମୋତିଲାଲ୍‌ ପ୍ରସାଦ, କୃଷ୍ଣ କୁମାର ମଣ୍ଟୁ, ରାଜୁ କୁମାର ସିଂହ ଏବଂ ବିଜୟ କୁମାର ମଣ୍ଡଳ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିହାର ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆସନ୍ତା ଶୁକ୍ରବାର ବିହାରରେ ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହାର ୨ ଦିନ ପୂର୍ବରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇଛି। ପୂର୍ବରୁ ରାଜସ୍ବ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଜୟସ୍ବାଲ୍‌ ମନ୍ତ୍ରୀ ପଦରୁ ଇସ୍ତଫା‌ ଘୋଷଣା କରିଥିଲେ। ଦଳର ‘ଏକ ବ୍ୟକ୍ତି, ଏକ ପଦବି’ ନୀତିକୁ ଦର୍ଶାଇ ଦିଲୀପ ଜୈସ୍ବାଲ୍‌ ମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଥିଲେ। ମନ୍ତ୍ରୀ ଭାବେ ଶପଥ ନେବାପରେ ବରିଷ୍ଠ ନେତା ମୋତି ଲାଲ୍‌ ପ୍ରସାଦ କହିଛନ୍ତି, ଯଦିଓ ଏହି ଦାୟିତ୍ବ ମୋ ପାଇଁ ନୂଆ କିନ୍ତୁ ସଂଗଠନରେ କାମ କରିବା ମଧ୍ୟରେ ମୁଁ ଯେଉଁ ଅଭିଜ୍ଞତା ହାସଲ କରିଛି ତାହା ମତେ ସହଯୋଗ କରିବ। ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ମୁଁ ସମ୍ପୂର୍ଣ୍ଣ ସମର୍ପଣ ଭାବ ସହ ଦାୟିତ୍ବ ତୁଲାଇବି ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.9 ° C
    30.9 °
    30.9 °
    63 %
    3.4kmh
    99 %
    Wed
    31 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ