Tuesday, September 22, 2026
23.3 C
Odisha

    ଭାରତ ଆସିବ ୨୬/୧୧ ମାଷ୍ଟର ମାଇଣ୍ଡ ତହବୁର ରାଣା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତ ଆସିବ ୨୬/୧୧ ମାଷ୍ଟର ମାଇଣ୍ଡ ତହୱୁର ରାଣା। ଏନଆଇଏ ଟିମ୍‌‌ ତହୱୁର ରାଣାକୁ ଭାରତ ଆଣିବ । ତହୱୁରର ପ୍ରତ୍ୟର୍ପଣ ଆବେଦନକୁ ଖାରଜ କରିଛି ଆମେରିକା। ତହୱୁର ପ୍ରତ୍ୟାର୍ପଣକୁ ନେଇ ଅଜିତ ଡୋଭାଲ ତଦାରଖ କରିବେ ବୋଲି ସୂଚନା ମିଳିଛି। ୨୬/୧୧ ଘଟଣାର ମାଷ୍ଟରମାଇଣ୍ଡ ତହୱୁର ରାଣା ଭାରତରେ ଆସିବା କାର୍ଯ୍ୟକ୍ରମ ଥିବାରୁ ଦୁଇଟି ଜେଲ ପ୍ରସ୍ତୁତ କରାଯାଇଛି। ଗୋଟିଏ ଜେଲ ଦିଲ୍ଲୀରେ ଏବଂ ଅନ୍ୟଟି ମୁମ୍ବାଇରେ ପ୍ରସ୍ତୁତ ହୋଇଛି। ପ୍ରତ୍ୟର୍ପଣ କରାଯାଇଥିବା ବ୍ୟକ୍ତିମାନଙ୍କ ବିଷୟରେ ଆମେରିକୀୟ ନ୍ୟାୟପାଳିକା ସୁପାରିଶ ଅନୁଯାୟୀ ଗୁପ୍ତ ଭାବରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କୁହାଯାଇଛି। ପ୍ରାରମ୍ଭରେ ତହୱୁର ରାଣା ପ୍ରଥମ କିଛି ସପ୍ତାହ ପାଇଁ ଏନଆଇଏ ଟିମ୍‌‌ର ହେପାଜତରେ ରହିବେ ବୋଲି ଜଣାପଡିଛି। ଗୃହ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଏ କେ ଡୋଭାଲଙ୍କଏହାର ତଦାରଖ କରିବେ।ତହୱୁର ରାଣା ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇ ଆକ୍ରମଣରେ ହୋଇଥିବା ମୃତ୍ୟୁ ଘଟଣାରେ ଆନନ୍ଦ ପ୍ରକାଶ କରିଥିଲା ଏବଂ କହିଥିଲା ଯେ ଏଥିପାଇଁ ଦାୟୀ ଜିହାଦୀମାନଙ୍କୁ ପାକିସ୍ତାନର ସର୍ବୋଚ୍ଚ ମରଣୋତ୍ତର ସାମରିକ ସମ୍ମାନ ଦିଆଯିବା ଉଚିତ। ଏପର୍ଯ୍ୟନ୍ତ କେବଳ ୨୬/୧୧ ଆକ୍ରମଣରେ ସାମିଲ ଥିବା ଏକମାତ୍ର ଲଶ୍ରେଣୀ-ଏ-ତାୟବା ଆତଙ୍କବାଦୀ ଅଜମଲ କସାବଙ୍କୁ ଜୀବିତ ଧରାପଡ଼ିବା ପରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଫେବୃଆରୀରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଣାଙ୍କ ଭାରତକୁ ପ୍ରତ୍ୟର୍ପଣକୁ ନେଇ ନିଶ୍ଚିତ କରିଥିଲେ। ରାଣା “ନ୍ୟାୟିକ ତଦନ୍ତର ସମ୍ମୁଖୀନ ହେବା ପାଇଁ ଭାରତ ଫେରିଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    96 %
    1.2kmh
    100 %
    Tue
    27 °
    Wed
    27 °
    Thu
    24 °
    Fri
    28 °
    Sat
    25 °

    ସମ୍ବନ୍ଧିତ