Thursday, April 30, 2026
30.2 C
Odisha

    ମହାଶିବରାତ୍ରି ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଜି ମହାଶିବରାତ୍ରି। ଏହି ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ‘ଏକ୍ସ’ରେ ଲେଖିଛନ୍ତି, ମହାଶିବରାତ୍ରି ପବିତ୍ର ଅବସରରେ ମୁଁ ମୋର ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମୁଁ ପ୍ରାର୍ଥନା କରୁଛି ଯେ ପରମ ଭଗବାନ ମହାଦେବଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହୁ ଏବଂ ଆମ ଦେଶ ପ୍ରଗତି ପଥରେ ଆଗକୁ ବଢ଼ୁ।

    ଠିକ୍ ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ‘ଏକ୍ସ’ରେ ଲେଖିଛନ୍ତି, ମୁଁ ମୋର ସମସ୍ତ ଦେଶବାସୀଙ୍କୁ ମହାଶିବରାତ୍ରିର ବହୁତ ବହୁତ ଶୁଭକାମନା ଜଣାଉଛି। ଏହା ଭଗବାନ ଶିବଙ୍କ ପ୍ରତି ସମର୍ପିତ ଏକ ପର୍ବ। ଏହି ଦିବ୍ୟ ଅବସର ଆପଣମାନଙ୍କ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ, ଏବଂ ଏକ ବିକଶିତ ଭାରତ ପାଇଁ ସଂକଳ୍ପକୁ ମଧ୍ୟ ମଜବୁତ କରୁ। ହର ହର ମହାଦେବ!

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.2 ° C
    30.2 °
    30.2 °
    38 %
    0.5kmh
    12 %
    Thu
    42 °
    Fri
    39 °
    Sat
    42 °
    Sun
    41 °
    Mon
    39 °

    ସମ୍ବନ୍ଧିତ