Monday, September 14, 2026
23.8 C
Odisha

    ମହିଳାଙ୍କୁ ଗଛରେ ବାନ୍ଧି ମାଡ଼ ଘଟଣା: ଏକ୍ସରେ ବିଜେପିକୁ ଟାର୍ଗେଟ୍‌ କଲେ ରାହୁଲ ଗାନ୍ଧୀ

    ଆଗକୁ ପଢନ୍ତୁ

    ବାଲେଶ୍ବର: ଧର୍ମ ପରିବର୍ତ୍ତନ କରାଇବା ଅଭିଯୋଗରେ ବାଲେଶ୍ବର ଜିଲ୍ଲା ନୀଳଗିରିରେ ଦୁଇଜଣ ମହିଳା ଓ ଜଣେ ପୁରୁଷଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଇଥିଲା। ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ସରକାରକୁ ଟାର୍ଗେଟ୍‌ କରିଛନ୍ତି। ଶ୍ରୀ ଗାନ୍ଧୀ ‘ଏକ୍ସ’ରେ ଲେଖିଛନ୍ତି, ମଧ୍ୟପ୍ରଦେଶର ଦେବାସରେ ପୁଲିସ ହେପାଜତରେ ଜଣେ ଦଳିତ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ଅନ୍ୟପଟେ ଓଡ଼ିଶାର ବାଲେଶ୍ବରରେ ଆଦିବାସୀ ମହିଳାଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଉଛି। ଏହା ଲଜ୍ଜାକର ଓ ନିନ୍ଦନୀୟ। ବିଜେପିର ମନୁବାଦୀ ବିଚାରଧାରା କାରଣରୁ ବିଜେପି ଶାସିତ ରାଜ୍ୟରେ ଏପରି ଗୋଟିଏ ପରେ ଗୋଟିଏ ଘଟଣା ଘଟୁଛି। ସ୍ଥାନୀୟ ସରକାରଙ୍କ ପ୍ରୋତ୍ସାହନ ବିନା ଏହା ସମ୍ଭବ ନୁହେଁ। ଦେଶର ବହୁଜନଙ୍କ ଉପରେ ଏପରି ବର୍ବରତାକୁ କଦାପି ବରଦାସ୍ତ କରାଯିବନି। ଆମେ ଜନତାଙ୍କ ସହ ଅଛୁ। ସେମାନଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ ପାଇଁ ସର୍ବଦା ଲଢ଼େଇ କରିବୁ।

    ଉଲ୍ଲେଖଯୋଗ୍ୟ ଯେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ତଥା ନୀଳଗିରି ବ୍ଲକ୍‌ ଅଧୀନ କେପି ଲାଖରାଜ ପଞ୍ଚାୟତର ଗୋବର୍ଦ୍ଧନପୁର ଗ୍ରାମକୁ ଗତ ୨୬ ତାରିଖ ଦିନ ରେମୁଣା ବ୍ଲକ୍‌ ଛଣଖଣପୁର ଗ୍ରାମର ଗୋବିନ୍ଦ ସିଂ, ମୁଖୁରା ଗ୍ରାମର ସୁକାନ୍ତି ସିଂ ଏବଂ ନୀଳିଗିରି ବ୍ଲକ୍‌ ମିତ୍ରପୁର ମଖାପଦା ଗ୍ରାମର ସୁବାସିନୀ ସିଂଙ୍କ ସହ ଅନ୍ୟଜଣେ ପୁରୁଷ ଆସିଥିଲେ। ସେମାନେ ଧର୍ମ ପରିବର୍ତ୍ତନ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଖବର ପାଇ ଗ୍ରାମବାସୀ ଓ ଦେବସେନାର ସଭାପତି ବାଦଲ ପଣ୍ଡା ସେଠାରେ ପହଞ୍ଚିଥିଲେ। ଗୋବିନ୍ଦ, ସୁବାସିନୀ ଓ ସୁକାନ୍ତିଙ୍କୁ ଗ୍ରାମବାସୀ ଗଛରେ ବାନ୍ଧି ମାଡ଼ ମାରିଥିବା ବେଳେ ଅନ୍ୟଜଣେ ଦୌଡ଼ି ପଳାଇଥିଲେ। ପରେ ନୀଳଗିରି ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଉଭୟ ପକ୍ଷର ୭ ଜଣଙ୍କୁ ପୁଲିସ୍‌ ନୋଟିସ୍‌ ଜାରି କରିଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    92 %
    1kmh
    83 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ