Thursday, September 10, 2026
24.6 C
Odisha

    ମା’ଙ୍କ ଆଖି ଆଗରେ ପୁଅଙ୍କୁ ଗୁଳି ମାଡ଼

    ଆଗକୁ ପଢନ୍ତୁ

    ଦିନ ଦ୍ୱି ପ୍ରହରରେ ଘରେ ପଶି ଜଣେ ଯୁବକଙ୍କୁ ଗୁଳି କରି ଚମ୍ପଟ ମାରିଛନ୍ତି ଅଭିଯୁକ୍ତ। ଶୁକ୍ରବାର ମଧ୍ୟାହ୍ନରେ ଏପରି ଏକ ଘଟଣା ଘଟିଛି ଝାରସୁଗୁଡ଼ା ଶାନ୍ତିନଗର ଅଞ୍ଚଳରେ। ଗୁଳି ମାଡ଼ରେ ଯୁବକ ଜଣକ ଗୁରୁତର ଆହତ ହୋଥଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମଧ୍ୟାହ୍ନରେ ରାକେଶ ଓରାମ ଓ ତାଙ୍କ ମା’ ଘରେ ବସି କଥା ହେଉଥିଲେ। ସେତିକିବେଳେ ୨ଜଣ ଯୁବକ ସ୍କୁଟିରେ ଆସି ଘର ଆଗରେ ଅଟକି ଥିଲେ। ପରେ ସେମାନେ ଘରେ ପଶି କୌଣସି କଥାବାର୍ତ୍ତା ନ କରି ରାକେଶଙ୍କୁ ଲକ୍ଷ୍ୟ କରି ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ସୌଭାଗ୍ୟ କ୍ରମେ ଗୁଳି ରାକେଶଙ୍କ କାନ୍ଧରେ ବାଜି ଚାଲି ଯାଇଥିଲା। ହେଲେ ରାଜେଶଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଯିବାରୁ ଦୁର୍ବୃତ୍ତମାନେ ସ୍କୁଟି ଧରି ଫେରାର ହୋଇଯାଇଥିଲେ। ପରିବାର ଲୋକେ ରାକେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଖୋଳତାଡ ଆରମ୍ଭ କରିଛି।

    ସୂଚନାଯୋଗ୍ୟ, ଗୁରୁବାର କୌଣସି କଥାକୁ ନେଇ ରାକେଶ ଏବଂ ଅଭିଯୁକ୍ତମାନଙ୍କ ମଧ୍ୟରେ ବଚସା ହୋଇଥିଲା। ହେଲେ ଶୁକ୍ରବାରେ ଅଭିଯୁକ୍ତମାନେ ରାକେଶଙ୍କ ଘରେ ପଶି ତାଙ୍କୁ ଗୁଳିମାଡ଼ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ରାଜେଶଙ୍କ ମା’ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    93 %
    1.6kmh
    100 %
    Wed
    25 °
    Thu
    26 °
    Fri
    26 °
    Sat
    29 °
    Sun
    27 °

    ସମ୍ବନ୍ଧିତ