Wednesday, April 22, 2026
30.8 C
Odisha

    ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନିବେଶକ ସମ୍ମିଳନୀ: ୧୩ଟି ଏମ୍‌ଓୟୁ ସ୍ୱାକ୍ଷରିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଦିଲ୍ଲୀରେ ଇନ୍‌ଭେଷ୍ଟର୍‌ସ ମିଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ବିଶିଷ୍ଟ ଶିଳ୍ପପତିଙ୍କ ସହିତ ଆଲୋଚନା କରିବା ସହିତ ଓଡିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। ତାଜ୍ ପ୍ୟାଲେସ୍ ଠାରେ ଗତକାଲି ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୩ଟି ଚୁକ୍ତିନାମା ସ୍ୱାକ୍ଷରିତ ହେବା ସହିତ ୧୫ଟି ନିବେଶ ପ୍ରସ୍ତାବ ଆସିଛି। ଏହି ୧୩ଟି ଚୁକ୍ତିନାମା ଜରିଆରେ ଓଡିଶାକୁ ୯୮,୮୮୦ କୋଟି ଟଙ୍କାର ପୁଞ୍ଜି ଆସିବା ସହିତ ୬୭,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହା ସହିତ ୧୫ଟି ନିବେଶ ପ୍ରସ୍ତାବ ମଧ୍ୟ ଆସିଛି। ଏହାଦ୍ୱାରା ସମୁଦାୟ ୧,୦୩,୦୯୦ କୋଟି ଟଙ୍କାର ପୁଞ୍ଜି ନିବେଶ ସୁଯୋଗ ସୃଷ୍ଟି ହୋଇଥିବା ବେଳେ ୯୫,୯୧୫ଟି ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି। ଏହି ଚୁକ୍ତିନାମା ଗୁଡିକ ମଧ୍ୟରେ ଆଇ.ଓ.ସି.ଏଲ୍ ସହିତ ଚୁକ୍ତି ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଓଡିଶାରେ ଏକ ଡୁଆଲ୍-ଫିଡ୍ ନାଫ୍‌ଥା କ୍ରାକର ପ୍ରକଳ୍ପ କରିବା ପାଇଁ ଏହି ଚୁକ୍ତି କରାଯାଇଛି। ଏହାଦ୍ୱାରା ଆଇ.ଓ.ସି.ଏଲ୍ ଓଡିଶାରେ ୫୮,୦୪୨ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଏବଂ ୨୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ପେଟ୍ରୋକେମିକାଲ ଓ କେମିକାଲ କ୍ଷେତ୍ରରେ ଆଉ ଦୁଇଟି ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି। ଗୋଟିଏ ଚୁକ୍ତିନାମା ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିଅମ୍ ରିଜର୍ଭ୍‌ସ ଲିମିଟେଡ୍ ସହିତ ହୋଇଥିବା ବେଳେ ଅନ୍ୟ ଚୁକ୍ତିନାମାଟି ପେଟ୍ରୋନେଟ୍ ଏଲ୍.ଏନ୍.ଜି ସହିତ କରାଯାଇଛି।
    ପେଟ୍ରୋକେମିକାଲ କ୍ଷେତ୍ରରେ ଏହି ଚୁକ୍ତିନାମା ଗୁଡିକ ଓଡିଶାର ଶିଳ୍ପବିକାଶ କୁ ତ୍ୱରାନ୍ୱିତ କରିବା ସହିତ ଏ କ୍ଷେତ୍ରରେ ଦେଶର ଆମଦାନୀକୁ ହ୍ରାସ କରିବ ଏବଂ ଏକ ସୁଦୃଢ ସପ୍ଲାଇ ଚେନ୍ ମଧ୍ୟ ପ୍ରତିଷ୍ଠା କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।ଆଇ.ଓ.ସି.ଏଲ୍ ସହିତ ଚୁକ୍ତିନାମା ଓଡିଶାର ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ଏକ ମାଇଲଖୁଣ୍ଟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୂଆ ଦିଲ୍ଲୀ ଗସ୍ତ ଓ ଶିଳ୍ପପତି ମାନଙ୍କ ସହିତ ଆଲୋଚନା ଦ୍ୱାରା ଶିଳ୍ପ ଜଗତରେ ଓଡିଶା ପ୍ରତି ଏକ ସକରାତ୍ମକ ମନୋଭାବ ସୃଷ୍ଟି ହୋଇଛି। ଓଡିଶାରେ ପୁଞ୍ଜିବିନିଯୋଗ କରିବା ପାଇଁ ଶିଳ୍ପପତି ମାନଙ୍କୁ ଆକୃଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମ ଭାରତରେ ଗୁଜୁରାଟର ଦାହେଜ ବନ୍ଦର ଯେପରି ପେଟ୍ରୋକେମିକାଲ କ୍ଷେତ୍ରରେ ଏକ ଅଗ୍ରଣୀ ବ୍ୟବସାୟିକ ପେଣ୍ଠସ୍ଥଳ ହୋଇପାରିଛି, ପାରାଦୀପ ମଧ୍ୟ ପୂର୍ବ ଭାରତରେ ସେହିପରି ଭାବେ ବିକଶିତ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଶିଳ୍ପକ୍ଷେତ୍ର ସହିତ ଓଡିଶାର ଉଜ୍ଜଳ ଭବିଷ୍ୟତ ପାଇଁ ଆପଣ ମାନେ ଓଡିଶାରେ ନିବେଶ କରନ୍ତୁ। ନିବେଶ କରିବା ପାଇଁ ଏହି ସମୟ ହିଁ, ପ୍ରକୃତ ସମୟ।
    ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିଅମ୍ ଓ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ଓଡିଶାର ଶିଳ୍ପ, ସ୍କିଲ ଡେଭଲପ୍‌ମେଣ୍ଟ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ନିଜର ଅଭିଭାଷଣ ରଖି ଶିଳ୍ପକ୍ଷେତ୍ରରେ ବିକାଶ ପାଇଁ ଓଡିଶାର ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.8 ° C
    30.8 °
    30.8 °
    22 %
    2.3kmh
    26 %
    Wed
    31 °
    Thu
    42 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ