Monday, October 19, 2026
29.1 C
Odisha

    ମହାନବମୀ ପାଇଁ କ୍ଷେତ୍ରେଶ୍ୱରୀ ମା’ବିରଜାଙ୍କ ପୀଠ ଚଳଚଞ୍ଚଳ, ଗର୍ଭ ଗୃହରେ ପ୍ରବେଶ କରି ଦର୍ଶନ କରୁଛନ୍ତି ଭକ୍ତ

    ଆଗକୁ ପଢନ୍ତୁ

    ଯାଜପୁର : ମହାନବମୀ ପାଇଁ କ୍ଷେତ୍ରେଶ୍ୱରୀ ମା’ ବିରଜାଙ୍କ ପୀଠ ଚଳଚଞ୍ଚଳ । ଗତକାଲି ରାତିରେ ଶୋଳ କଳସ ମଧ୍ୟରୁ ଶେଷ କଳସ ସ୍ଥାପନ ହେବା ସହ ହୋମ ଯଜ୍ଞ କରାଯାଇଥିଲା । ପରେ ମାଆଙ୍କ ଅଷ୍ଟମୀ ସନ୍ଦିପୂଜା ଅନୁଷ୍ଠିତ ହୋଇଥିଲା । ଆଜି ଭୋରୁ ପବିତ୍ର ବୈତରଣୀରୁ ଜଳ ଅଣାଯାଇ ମାଆଙ୍କ ସ୍ନାନ କରାଯାଇଛି ।

    ନବରାତ୍ର ଅବସରରେ ୯ଦିନ ମାଙ୍କ ଗର୍ଭ ଗୃହରେ ଭକ୍ତ ମାନଙ୍କୁ ପ୍ରବେଶ କରି ମାଙ୍କ ମୁଖ ଦର୍ଶନ ସହ ଚରଣ ସ୍ପର୍ଶ କରିବାକୁ ସୁଯୋଗ ମିଳିଥାଏ । ଏହି ପାଇଁ ସକାଳୁ ହଜାର ହଜାର ସଂଖ୍ୟକ ଭକ୍ତ ମାନଙ୍କ ଲମ୍ବା ଲାଇନ୍ ଲାଗିଛି । ପ୍ରତିପଦ ଠାରୁ ଆରମ୍ଭ ହୋଇଥିବା ନବଦିବସୀୟ ରଥଯାତ୍ରାର ଆଜି ଶେଷ ଦିନ । ଅପରାହ୍ନରେ ମାଙ୍କ ରଥାଯାତ୍ରା ପରେ ଲାଖବିନ୍ଧା ଉତ୍ସବ ଅନୁଷ୍ଠିତ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.1 ° C
    29.1 °
    29.1 °
    59 %
    2.1kmh
    15 %
    Mon
    30 °
    Tue
    30 °
    Wed
    29 °
    Thu
    29 °
    Fri
    29 °

    ସମ୍ବନ୍ଧିତ