Friday, September 11, 2026
23.6 C
Odisha

    ଯୌନ ଶୋଷଣ ଉପରେ ରାଜ୍ୟ ସରକାର କେବେ ମୁହଁ ଖୋଲିବେ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ। ଆଜି ରାଜଧାନୀରେ ସାମ୍ବାଦିକ ସମ୍ବିଳନୀରେ ସେ କହିଛନ୍ତି, ଓଡ଼ିଶାରେ ମହିଳା ଅସୁରକ୍ଷିତ। ରାଜ୍ୟରେ ନାରୀ ସୁରକ୍ଷା ଏକ ବଡ଼ ପ୍ରସଙ୍ଗ। ସୁଭଦ୍ରାଙ୍କୁ ଏଠି ପୂଜା କରାଯାଉଛି, କିନ୍ତୁ ମହିଳାଙ୍କୁ ଦୁଷ୍କର୍ମ ହେଉଛି। ରାଜ୍ୟରେ ମହିଳା ଅସୁରକ୍ଷିତ, ଏକଥା ଆମେ କହୁନୁ ଏ କଥା ସରକାରଙ୍କ ତଥ୍ୟ କହୁଛି। ଏଠି ଉପମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ମହିଳା, କିନ୍ତୁ କେହି ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣାରେ ମୁହଁ ଖୋଲୁ ନାହାନ୍ତି। ସୁଭଦ୍ରା ଯୋଜନାର କିଛି ଲାଭ ନାହିଁ, ଯଦି ମହିଳାଙ୍କୁ ସରକାର ସୁରକ୍ଷା ଦେଇ ପାରିବେନି।କଂଗ୍ରେସର ଜାତୀୟ ମୁଖପାତ୍ର ଆହୁରି କହିଛନ୍ତି, ସେଥିପାଇଁ ଆମେ ୨୭ ତାରିଖରେ ବିଧାନସଭା ଘେରିବୁ। ଶୋଇଥିବା ସରକାରକୁ ନିଦରୁ ଉଠେଇବୁ। ପ୍ରଭୁ ଜଗନ୍ନାଥଙ୍କ ମାଟିରେ ବିଜେପି ଏଠି ଧୃତରାଷ୍ଟ୍ର ପାଲଟି ଯାଇଛି। ମୁଁ ସରକାରକୁ ପ୍ରଶ୍ନ କରୁଛି ସରକାର କେବେ ମାନିବେ କି ଏଠି ମହିଳାଙ୍କ ସହ ଅନ୍ୟାୟ ହେଉଛି। ସରକାରଙ୍କ ଲୋକ ସେ ଝିଅଙ୍କ ପରିବାରକୁ ଭେଟୁ ନାହାନ୍ତି କାହିଁକି। ଯୌନ ଶୋଷଣ ଉପରେ ସରକାର ମୁହଁ କେବେ ଖୋଲିବେ, ୪୪ ହଜାର ନିଖୋଜ ମହିଳାଙ୍କ ପାଇଁ ସରକାର କଣ ପଦକ୍ଷେପ ନେବେ, ଜିଲ୍ଲା ୱାରି ମହିଳା ହିଂସାର ତଥ୍ୟ କେବେ ଦେବେ ସରକାର ବୋଲି ସେ ପ୍ରଶ୍ନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    98 %
    0.9kmh
    100 %
    Thu
    24 °
    Fri
    26 °
    Sat
    27 °
    Sun
    28 °
    Mon
    31 °

    ସମ୍ବନ୍ଧିତ