Wednesday, October 14, 2026
26.2 C
Odisha

    କାନାଡାରେ ଭାରତୀୟ ଯୁବତୀଙ୍କ ଉପରେ ଆକ୍ରମଣ

    ଆଗକୁ ପଢନ୍ତୁ

    ଓଟାଓ୍ବା: କାନାଡାର କାଲଗାରିରେ ଜଣେ ଭାରତୀୟ ଯୁବତୀଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣର ଭିଡିଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତି ବୋ ଭ୍ୟାଲି କଲେଜ ଟ୍ରେନ୍ ଷ୍ଟେସନର ପ୍ଲାଟଫର୍ମରେ ଜଣେ ଝିଅକୁ ଜୋରରେ ଠେଲି ଦେଉଥିବାର ଓ ତାହାର ବେକ ଚିପୁଥିବାର ଦେଖିବାକୁ ମିଳୁଛି। ଭାଇରାଲ ହୋଇଥିବା ଭିଡିଓରେ, ନୀଳ ଜ୍ୟାକେଟ୍ ଏବଂ ଗାଢ଼ ମାଟିଆ ପ୍ୟାଣ୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ଷ୍ଟେସନରେ ଠିଆ ହୋଇଥିବା ଜଣେ ଝିଅକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ପୁରୁଷ ଜଣକ ପ୍ରଥମେ ଝିଅଟିକୁ ଧକ୍କା ଦେବା ସହ ବେକ ଚିପିବାକୁ ଉଦ୍ୟମ କରିଥିଲା। ତା’ପରେ ସେ ଯୁବତୀଙ୍କ ଜ୍ୟାକେଟ୍ ଧରି ଟ୍ରାଞ୍ଜିଟ୍ ଆଶ୍ରୟସ୍ଥଳର କାନ୍ଥରେ ଜୋରରେ ପିଟି ଦେଲା। ଝିଅଟି ଭାରତୀୟ ବୋଲି କୁହାଯାଉଥିଲେ ବି ତାହାର ପରିଚୟ ମିଳିପାରିନାହିଁ ।ଭିଡିଓରେ ଆପଣ ଦେଖାଯାଉଛି ଯେ ଝିଅଟି ଭୟରେ ଚିତ୍କାର କରିବା ଆରମ୍ଭ କରୁଛି। ପ୍ଲାଟଫର୍ମରେ ଅନେକ ଲୋକ ଉପସ୍ଥିତ ଥିଲେ, କିନ୍ତୁ ଆକ୍ରମଣକାରୀଙ୍କୁ ରୋକିବା କିମ୍ବା ଝିଅଟିକୁ ସାହାଯ୍ୟ କରିବା ପାଇଁ କେହି କୌଣସି ପଦକ୍ଷେପ ନେଇ ନଥିଲେ। ଏହି ସମୟରେ, ବ୍ୟକ୍ତି ଜଣକ ଫୋନ୍ ନ ଉଠାଇ ସେଠାରୁ ଚାଲିଯାଆନ୍ତି। ଏହା ପରେ ଯୁବତୀ ତୁରନ୍ତ ଏହି ଆକ୍ରମଣ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ