Sunday, April 12, 2026
39 C
Odisha

    ରାଜ୍ୟରେ ୨୫ ପର୍ଯ୍ୟନ୍ତ ଉପକୂଳରେ ବର୍ଷା ଆଶଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ରହିବା ସହ ସ୍ଥାନେସ୍ଥାନେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ। ୨୨ ଓ ୨୩ତାରିଖରେ ବର୍ଷାର ସମ୍ଭାବନା ସର୍ବାଧିକ ରହିବ ବୋଲି ବରିଷ୍ଠ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ଡ. ପଶୁପାଳକଙ୍କ ଅନୁଯାୟୀ, ଆସନ୍ତା ୨୨ ଓ ୨୩ ତାରିଖରେ ଦିନର ସର୍ବାଧିକ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ୍‌‌ କମିବା ସମ୍ଭାବନା ଥିବା ବେଳେ ୨୩ରୁ ୨୫ ତାରିଖ ମଧ୍ୟରେ ରାତି ତାପମାତ୍ରା ୨ ଡିଗ୍ରୀ ଯାଏଁ ବଢ଼଼ିବ। ସେହିପରି ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ କୁହୁଡ଼ି ହେବାର ସମ୍ଭାବନା ଅଧିକ ରହିଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨୧ରୁ ୨୪ ତାରିଖ ମଧ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ଫଳରେ ସମ୍ପୃକ୍ତ ଅଞ୍ଚଳରେ ଶୀତର ପ୍ରକୋପ ସାମୟିକ ବଢ଼଼ିବ। ତେବେ ୨୫ତାରିଖ ପରେ ଶୀତର ପ୍ରକୋପ ଧୀରେଧୀରେ ହ୍ରାସ ପାଇବ ବୋଲି ସେ କହିଛନ୍ତି। ଅପରପକ୍ଷେ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌‌ ଅନୁଯାୟୀ, ଆଜି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ସୋନପୁର, କଟକ, ଅନୁଗୋଳ ଓ ବଲାଙ୍ଗୀର ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    9 %
    3.5kmh
    0 %
    Sun
    39 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ