Sunday, September 27, 2026
29 C
Odisha

    ରାଜ୍ୟ ସରକାରଙ୍କୁ ବଡ଼ ଅନୁରୋଧ କଲେ ନବୀନ; ପ୍ରକାଶ କଲେ ଦୁଃଖ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବାଂଲାଦେଶରେ ଦେଖା ଦେଇଥିବା ଅଶାନ୍ତିକର ସ୍ଥିତି କାରଣରୁ ଏହାର ପ୍ରଭାବ ପଡୋଶୀ ଦେଶ ତଥା ଭାରତ ଉପରେ ପଡିଛି। ସେଠାରେ ବସବାସ କରୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଥିବାର ଖବର ଆସିବା ମଧ୍ୟରେ ସେଠାରୁ ଅନେକ ବାଂଲାଦେଶୀ ଭାରତରେ ଅନୁପ୍ରବେଶ କରିବାର ସ୍ଥିତି ଉପୁଜିଛି। ଯାହାକୁନେଇ ସରକାର ସତର୍କ ଥିବା ବେଳେ ଲୋକମାନଙ୍କ ମଧ୍ୟରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି କ୍ରମରେ ଓଡ଼ିଶା ଏକ ସମୁଦ୍ର କୁଳିଆ ରାଜ୍ୟ ହୋଇଥିବାରୁ ସମୁଦ୍ରପଥ ଦେଇ ବାଂଲାଦେଶୀମାନେ ଓଡ଼ିଶାରେ ପ୍ରବେଶ କରିବାର ଭୟ ରହିଛି। ତେବେ ପୂର୍ବରୁ ମଧ୍ୟ ଅନେକ ବାଂଲାଦେଶୀ ଓଡ଼ିଶାରେ ଆସି ବସବାସ କରୁଥିବା ବେଳେ ଅନେକ ପଶ୍ଚିମବଙ୍ଗର ଲୋକେ ଓଡ଼ିଶାରେ ବ୍ୟବସାୟ କରୁଛନ୍ତି। ଏଭଳି ସ୍ଥିତିରେ ଲୋକମାନେ ଅନେକ ସ୍ଥାନରେ ବାଂଲାଦେଶୀ ମାନଙ୍କୁ ଚିହ୍ନଟ କରିବା ସହିତ ଅନେକ ସ୍ଥାନରେ ଦ୍ଵନ୍ଦାତ୍ମକ ପରିସ୍ଥିତି କାରଣରୁ ସେମାନଙ୍କୁ ମାଡ଼ ମଧ୍ୟ ମରୁଥିବାର ଖବର ଆସୁଛି। ଏହାରି ମଧ୍ୟରେ ରାଜ୍ୟରେ ଏପ୍ରକାର ସ୍ଥିତିକୁ ନେଇ ବିଶୃଙ୍ଖଳା ବା ଅଶାନ୍ତି ବଢିଥିବା କହି ପ୍ରତିକ୍ରିୟା ଦେଇଛନ୍ତି। ନବୀନ କହିଛନ୍ତି ”ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ଖ୍ୟାତି ରହିଛି। ଏହା ଏପରି ଏକ ରାଜ୍ୟ ଯେଉଁଠି ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଶାନ୍ତି ଓ ସହଭାଗିତା ଯୁଗ ଯୁଗ ଧରି ରହି ଆସିଛି। କିନ୍ତୁ ଚିନ୍ତାର ବିଷୟ ଯେ ଏବେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସାମାଜିକ ବିଶୃଙ୍ଖଳା ଘଟୁଥିବାର ଖବର ଆସୁଛି। ଅନେକ ଗୋଷ୍ଠୀ ଓ ପୀଡ଼ିତ ନାଗରିକ ମୋତେ ଭେଟି ସେମାନଙ୍କ ଦୁଃଖ ଜଣାଉଛନ୍ତି। ସେମାନେ ଆକ୍ରମଣ ଓ ବିଦ୍ବେଷର ଶିକାର ହେଉଥିବା ଦୁଃଖର କଥା। ମୁଁ ସମସ୍ତ ସମ୍ପ୍ରଦାୟକୁ ନିବେଦନ କରୁଛି, ଯେ ସେମାନେ ଓଡ଼ିଶାର ଭାବମୂର୍ତ୍ତି ତଥା ଗରିମା ରକ୍ଷା କରନ୍ତୁ। ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଲୋକଙ୍କ ଧନ, ଜୀବନର ସୁରକ୍ଷା ସହ ଆଇନଶୃଙ୍ଖଳା ବଜାୟ ରଖିବା ଦିଗରେ କାମ କରନ୍ତୁ। ଏକ ସଦଭାବପୂର୍ଣ ରାଜ୍ୟ ଭାବରେ ଓଡ଼ିଶାର ପ୍ରତିଛବି ହିଁ ଆମ ରାଜ୍ୟକୁ ନିବେଶକଙ୍କୁ ଆକୃଷ୍ଟ କରିଆସିଛି ଏବଂ ଆମେ ଆମ ଆର୍ଥିକ ଭିତ୍ତିଭୂମି ସୁଦୃଢ଼ କରିପାରିଛୁ। ଆନନ୍ଦର କଥା, ଆମେ ୬୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିପାରିଛୁ। ମୁଁ ରାଜ୍ୟ ସରକାରଙ୍କୁ ଏବଂ ସମସ୍ତ ସରକାରୀ ଅଧିକାରୀଙ୍କୁ ଅନୁରୋଧ କରୁଛି କି ରାଜ୍ୟର ସବୁ ବର୍ଗର ଲୋକଙ୍କ ସୁରକ୍ଷା ପାଇଁ ଯଥା ସମ୍ଭବ ସମସ୍ତ ପ୍ରକାରର ପଦକ୍ଷେପ ନିଅନ୍ତୁ। କାରଣ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ହେଉଛି ଏକ ପ୍ରଗତିଶୀଳ ସମାଜର ମୂଳଭିତ୍ତି। ଯେଉଁଠି ଶାନ୍ତିଥାଏ, ସେଇଠି ହିଁ ପ୍ରଗତି ସମ୍ଭବ ହୁଏ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29 ° C
    29 °
    29 °
    71 %
    3kmh
    21 %
    Sun
    28 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ