Thursday, September 10, 2026
24.5 C
Odisha

    ରାଜ୍ୟ ସ୍ୱାସ୍ଥ୍ୟ ସେବା ଜଗତରେ ନୂଆ ଇତିହାସ : ଏସ୍‌ସିବିରେ ପ୍ରଥମ ଲିଭର ଟ୍ରାନ୍‌ସପ୍ଲାଣ୍ଟ୍‌

    ଆଗକୁ ପଢନ୍ତୁ

    ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳ ଅଧ୍ୟାୟ ଯୋଡ଼ି ଚାଲିଛି କଟକର ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ପୂର୍ବରୁ ଏସ୍‌ସିବିରେ ସଫଳତାର ସହିତ ବୃକ୍‌କ ଏବଂ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଆସୁଥିବା ବେଳେ ବୁଧବାର ଲିଭର ଟ୍ରାନସପ୍ଲାଣ୍ଟ ଆରମ୍ଭ ହୋଇଛି ।
    ସରକାରୀ ବ୍ୟବସ୍ଥା ଭିତରେ ପ୍ରଥମଥର ନିମନ୍ତେ କଟକ ବଡ ମେଡିକାଲରେ ସଫଳ ହୋଇଛି ଯକୃତ ପ୍ରତିରୋପଣ। ଏଥି ସହିତ ୧୨ ବର୍ଷ ପ୍ରତୀକ୍ଷାର ଅବସାନ ଘଟିଛି। ତିଗିରିଆ ଅଞ୍ଚଳର ୪୫ବର୍ଷୀୟ ଜନୈକ ବ୍ୟକ୍ତିଙ୍କ ଶରୀରରେ ଲିଭର ଟ୍ରାନସପ୍ଲାଣ୍ଟ କରାଯାଇଛି। ମଧ୍ୟବିତ୍ତ ଶ୍ରେଣୀର ଏହି ବ୍ୟକ୍ତିଜଣକ ଡ୍ରାଇଭର ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ଲିଭର ଟ୍ରାନସପ୍ଲାଣ୍ଟ ଭଳି ମହଙ୍ଗା ସ୍ୱାସ୍ଥ୍ୟସେବା ଏଠାରେ ସମ୍ପୂର୍ଣ୍ଣ ନିଃଶୁଳ୍କରେ ତାଙ୍କୁ ଯୋଗାଇ ଦିଆଯାଇଛି। ତାଙ୍କ ପତ୍ନୀଙ୍କ ଲିଭରର ଦୁଇ ତୃତୀୟାଂଶ କାଟି ନିଆଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପିତ ହୋଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ହାଇଦ୍ରାବାଦ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି (ଏଆଇଜି)ର ୯ଜଣ ଏବଂ ବଡ ମେଡିକାଲର ୧୫ଜଣ ଡାକ୍ତରଙ୍କୁ ମିଶାଇ ମୋଟ୍‌ ୨୪ଜଣିଆ ଡାକ୍ତରୀ ଦଳ ଏହି ପ୍ରତିରୋପଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଏଆଇଜି ଲିଭର୍‌ ଟ୍ରାନ୍ସପ୍ଲାଣ୍ଟର ନିର୍ଦ୍ଦେଶକ ତଥା ମୁଖ୍ୟ ପି. ବାଲଚନ୍ଦ୍ରନ ମେନନ୍‌ ପ୍ରତିରୋପଣରେ ପ୍ରମୁଖ ଭୂମିକା ତୁଲାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    93 %
    1.4kmh
    100 %
    Thu
    26 °
    Fri
    26 °
    Sat
    29 °
    Sun
    27 °
    Mon
    30 °

    ସମ୍ବନ୍ଧିତ