Saturday, March 21, 2026
27.7 C
Odisha

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ କଲେ ରାହୁଲ ; ଦେଖନ୍ତୁ ଭିଡିଓ

    ଆଗକୁ ପଢନ୍ତୁ

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଭାଜପା ପକ୍ଷରୁ ଏକ ଭିଡିଓ ଶେୟାର କରି ଏନେଇ ଅଭିଯୋଗ କରାଯାଇଛି। ସୋସିଆଲ ମିଡିଆ ‘ଏକ୍ସ’ରେ ଭିଡିଓ ଶେୟାର କରାଯିବା ପରେ ଭଳିକି ଭଳି ପ୍ରତିକ୍ରିୟା ପ୍ରକାଶ ପାଉଛି।
    ମଙ୍ଗଳବାର ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲଙ୍କ ଉପରେ ଭାଜପା ଅଭିଯୋଗ ଆଣିଛି ଯେ ସେ ସଂସଦରେ ସମ୍ବିଧାନ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଅଭିବାଦନ କରିନାହାନ୍ତି।

    https://x.com/BJP4India/status/1861330879169339902?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1861330879169339902%7Ctwgr%5E6b7d9201672998edb5c92d6dce67d5df2bbbd15b%7Ctwcon%5Es1_c10&ref_url=https%3A%2F%2Fd-3995452116114445636.ampproject.net%2F2410292120000%2Fframe.html
    ଏକ୍ସରେ ଏହାର ଦୁଇଟି ଭିଡିଓ କ୍ଲିପ୍‌ ଶେୟାର କରି ଭାଜପା କହିଛି ଯେ, ରାହୁଲଙ୍କୁ ଏତେ ଗର୍ବ ଯେ ସେ ରାଷ୍ଟ୍ରପତିଙ୍କ ଅଭିବାଦନ କରିନାହାନ୍ତି। ରାଷ୍ଟ୍ରପତି ଆଦିବାସୀ ସମ୍ପ୍ରଦାୟର ବୋଲି ରାହୁଲ ଏପରି କରିଥିବା ଭାଜପା ଅଭିଯୋଗ କରିଛି। ତେବେ ଭିଡିଓରେ ରାଷ୍ଟ୍ରପତି ବସିବା ପୂର୍ବରୁ ମଞ୍ଚରେ ସେ ନିଜ ଆସନରେ ବସୁଥିବା ଦେଖାଯାଉଛି। ଏହି ସମୟରେ ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଛିଡ଼ା ହେବାକୁ କହୁଥିବା ଦେଖାଯାଇଛି। ସେହିଭଳି ଅନ୍ୟ ଭିଡିଓରେ ସମସ୍ତ ନେତା ରାଷ୍ଟ୍ରପତିଙ୍କ ଅଭିବାଦନ କରିଥିବା ବେଳେ ରାହୁଲ ତାହା କରି ନାହାନ୍ତି। ଏଣୁ ଏହାକୁ ଶେୟାର କରି ରାହୁଲ ସର୍ବଦା ରାଷ୍ଟ୍ରପତିଙ୍କ ଅପମାନ କରୁଥିବା ଭାଜପା କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.7 ° C
    27.7 °
    27.7 °
    35 %
    0.9kmh
    21 %
    Sat
    28 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ