Friday, September 18, 2026
26.3 C
Odisha

    ରୁଷ୍‌ ବିରୋଧରେ ପେଣ୍ଟାଗନର ‘ସାଇବର ଗୁଇନ୍ଦାଗିରି’ ବନ୍ଦ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍‌ଡ ଟ୍ରମ୍ପ୍‌ ଦାୟିତ୍ବ ଗ୍ରହଣ କରିବା ପରେ ରୁଷ୍‌ ପ୍ରତି ଆମେରିକାର ଅନେକ କୂଟନୈତିକ ନୀତିରେ ପରିବର୍ତ୍ତନ ଆସିଛି। ନିକଟରେ ରୁଷ୍‌ ବିରୋଧରେ ଆମେରିକା ଚଳାଇଥିବା ‘ସାଇବର ଗୁଇନ୍ଦାଗିରି’ ବନ୍ଦ କରିବାକୁ ଆମେରିକା ପ୍ରତିରକ୍ଷା ବିଭାଗ ମୁଖ୍ୟ ପିଟେ ହେଗ୍‌ସେଥ୍‌ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଆମେରିକାର ଅନ୍ୟତମ ପ୍ରମୁଖ ସମ୍ବାଦପତ୍ର ‘ଟେଲିଗ୍ରାଫ୍‌’ରେ ପ୍ରକାଶିତ ସମ୍ବାଦ ଅନୁସାରେ, ପେଣ୍ଟାଗନ୍‌ (ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ)ର ସାଇବର କମାଣ୍ଡ ମୁଖ୍ୟ ଜେନେରାଲ୍‌ ତିମୋଥି ହଗ୍‌ଙ୍କୁ ପ୍ରତିରକ୍ଷା ସଚିବ ହେଗ୍‌ସେଥ୍‌ ରୁଷ୍‌ ବିରୋଧରେ ସାଇବର ପ୍ରତିରକ୍ଷା ଓ ଗୁଇନ୍ଦା ଅଭିଯାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ରୁଷ୍‌ ପକ୍ଷରୁ ଆମେରିକା ପ୍ରତି କୌଣସି ସାଇବର ଆକ୍ରମଣର ଭୟ ନଥିବାରୁ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଅପରପକ୍ଷରେ ଆମେରିକାର ବିଦେଶ ବିଭାଗର ଡେପୁଟି ଆସିଷ୍ଟାଣ୍ଟ୍‌ ସେକ୍ରେଟାରି (ଅନ୍ତଃରାଷ୍ଟ୍ରୀୟ ସାଇବର ସ୍ପେସ୍‌ ସିକ୍ୟୁରିଟି) ଲେସିଲ୍‌ ଫ୍ରାନ୍‌ଜ୍‌ କହିଛନ୍ତି, ବିପଦ ରୁଷ୍‌ ଠାରୁ ନୁହେଁ ବରଂ ଚୀନ ଓ ଇରାନ୍‌ ଠାରୁ ରହିଛି। ତେବେ ରାଜନୈତିକ ସମୀକ୍ଷକଙ୍କ ମତାନୁସାରେ, ୟୁକ୍ରେନ୍‌ ସହ ଯୁଦ୍ଧବିରତି ଚୁକ୍ତି ଓ ରୁଷ୍‌ ସହ ନିକଟତର ହେବା ନିମନ୍ତେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏଭଳି ‘ବୃହତ୍ତର ପଦକ୍ଷେପ’ ନେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.3 ° C
    26.3 °
    26.3 °
    84 %
    0.4kmh
    100 %
    Fri
    27 °
    Sat
    31 °
    Sun
    31 °
    Mon
    29 °
    Tue
    30 °

    ସମ୍ବନ୍ଧିତ