Saturday, April 11, 2026
37.2 C
Odisha

    ରୋଷେଇ ବେଳେ ଗ୍ୟାସ୍ ଲିକରୁ ଜଳିଗଲେ ମା’ ପୁଅ

    ଆଗକୁ ପଢନ୍ତୁ

    ବାଲିଗୁଡ଼ା: ବାପା ଥିଲେ ଦୋକାନରେ । ପୁଅକୁ ଭୋକ ଲାଗୁଥିଲା । ବୋଉକୁ ମାଗିଥିଲା ବୋଉ ଖାଇବାକୁ ଦେ… ପୁଅକୁ ଭୋକ ଲାଗୁଛି ବୋଲି ବୋଉ ବି ତରବର ହୋଇ ରୋଷେଇ ଘରକୁ ଯାଇଥିଲା ରୋଷେଇ କରିବାକୁ । ଆଉ ଲାଗିପଡ଼ିଥିଲା ରୋଷେଇ କାମରେ। ହେଲେ ରୋଷେଇ କରିବା ସମୟରେ ଘଟିଗଲା ଏତେ ବଡ଼ ଅଘଟଣ । ସେ କେବେ ଭାବିନଥିଲେ ଯେ ଏତେ ବଡ଼ ବିପଦର ସାମ୍ନା କରିବେ ବୋଲି । କିନ୍ତୁ ତାଙ୍କ ସହ ଘଟିଗଲା ଏମିତି କିଛି । ପୁଅ ପାଇଁ ରୋଷେଇ କରୁଥିବା ବେଳେ ହଠାତ୍ ଗ୍ୟାସ ଲିକ ହୋଇଥିଲା । କିନ୍ତୁ ଏକଥା ଜାଣିନଥିଲେ ମହିଳା ଜଣକ । କେମିତି କଣ’ତାଙ୍କ ଶାଢୀରେ ନିଆଁ ଲାଗିଗଲା ।

    ଘରେ ଥିବା ପୁଅ ନିଜ ଆଖି ସାମ୍ନାରେ ମା ଦେହରେ ନିଆଁ ଜଳୁଥିବା ଦେଖି ମା’କୁ ବଞ୍ଚେଇବାକୁ ଦଉଡ଼ି ଆସିଥିଲା । ହେଲେ ସେ ନିଜେ ମଧ୍ୟ ସେ ନିଆଁରେ ଜଳିଗଲା । ଜନ୍ମକଲା ମା’କୁ ଏମିତି ଜଳୁଥିବାର ଦେଖି କେମିତି ନିଜକୁ ରୋକି ପାରିଥାଆନ୍ତା ପୁଅ । ଯେତେ ହେଲେ ଅନ୍ତଫାଡ଼ି ଜନ୍ମ ଦେଇଛି ମା। ନିଆଁରେ ଜଳି ଛଟପଟ ହୋଉଥିବା ବେଳେ ମା’ ର ଏପରି ଅବସ୍ଥା ଦେଖି କେମିତି ସହି ପାରିଥାଆନ୍ତା । ମା’କୁ ବଞ୍ଚେଇବାକୁ ଆସି ନିଜ ଜୀବନକୁ ବାଜିରେ ଲଗାଇ ଦେଲା ପୁଅ । ଏବେ ମା’ପୁଅ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡ଼ାଗୁଡା ଗାଁର କୁମ୍ଭାର ସାହିରେ ଏପରି ଅଘଟଣ ଦେଖିବାକୁ ମିଳିଛି ।କୁମ୍ଭାର ସାହିର ସୁବାଷ ଚନ୍ଦ୍ର ପଣ୍ଡାଙ୍କ ସ୍ତ୍ରୀ ଗୀତାଞ୍ଜଳି ପଣ୍ଡା ରୋଷେଇ ଘରେ ଗ୍ୟାସରେ ରାନ୍ଧୁଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା ଜଳି ଯାଇ ସେ ଚିତ୍କାର କରିଥିଲେ l ଘରେ ଥିବା ଗୀତାଞ୍ଜଳିଙ୍କ ପୁଅ ଚନ୍ଦନ ମା ଦେହ ରେ ନିଆଁ ଲାଗିଥିବା ଦେଖି ଦୌଡ଼ି ଆସି ମା କୁ ବଞ୍ଚେଇବାକୁ ଯାଇ ନିଜେ ମଧ୍ୟ ଜଳି ଯାଇଥିଲେ l ସେପଟେ ବୁଡ଼ାଗୁଡା ଗାଁ ରେ ପାରମ୍ପରିକ କାନ୍ଦୁଲ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସେଥିପାଇଁ ସମସ୍ତ ବୁଡ଼ାଗୁଡା ବାସୀଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳି ଯାଇଥିବା ବେଳେ ଚଳଚଞ୍ଚଳ ରହିଥିଲା ବୁଡ଼ାଗୁଡା ଗାଁ l ସମସ୍ତେ ନିଜ ପର୍ବ ଓ କାନ୍ଦୁଲ ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ନାଚକୁ ନେଇ ବେଶ ଉଲ୍ଲସିତ ରହିଥିବା ବେଳେ ବ୍ୟବସାୟୀ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ନିଆଁ ଲାଗି ହୁତହୁତ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ l ଗ୍ରାମବାସୀ ଯାଇ ସୁବାଷଙ୍କ ଘରେ ପହଂଚିବା ବେଳକୁ ମା ଗୀତାଞ୍ଜଳି ଓ ପୁଅ ଚନ୍ଦନ ନିଆଁ ରେ ଜଳିଯାଇ ଫସି ରହିଥିବା ଦେଖିଥିଲେ l ସ୍ଥାନୀୟ ବାସିନ୍ଦା ନିଆଁ କୁ ଆୟତ କରିବା ସହ ଉଭୟ ମା ଓ ପୁଅ ଙ୍କୁ ଉଦ୍ଧାର କରି ଘର ବାହାରକୁ ଆଣିଥିଲେ l

    ତେବେ ନିଆଁ ଲାଗି ମା ଗୀତାଞ୍ଜଳିଙ୍କ ଶରୀରର ୮୦ପ୍ରତିଶତରୁ ଊର୍ଦ୍ଧ ଭାଗ ଜଳି ଯାଇଛି l ଉଭୟ ମା ଓ ପୁଅ ଙ୍କୁ ସ୍ଥାନୀୟ ଲୋକ ବାଲିଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରିଥିଲେ l ମା ଗୀତାଞ୍ଜଳିଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଥିବା ବେଳେ ପୁଅ ଚନ୍ଦନ ମଧ୍ୟ ଗୁରୁତର ହୋଇଥିବା ନେଇ ଅଧିକ ଚିକିତ୍ସା ପାଇଁ ଉଭୟ ମା ଓ ପୁଅଙ୍କୁ ଡାକ୍ତର ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି l ସୌଭାଗ୍ୟ ବଶତଃ ପୁଅ ଅଳ୍ପକେ ବର୍ତ୍ତି ଯାଇଛି ହେଲେ ମା’ ର ଅବସ୍ଥା ଗୁରୁତର l ଏବେ ମା ହସ୍ପିଟାଲ ବେଡ଼ ରେ ମା ଜୀବନ ମରଣ ସହ ସଂଘର୍ଷ କରୁଛି l ମା’ ପୁଅଙ୍କ ଅବସ୍ଥା ଦେଖି ସମସ୍ତଙ୍କ ମନରେ ଦୁଃଖର ଲହରୀ ଖେଳି ଯାଇଛି । ଏହି ଘଟଣାକୁ ନେଇ ପୁରା ପରିବାରବର୍ଗ ଭାଙ୍ଗି ପଡିଛନ୍ତି l ବିଶ୍ୱାସ କରିପାରୁ ନାହାନ୍ତି କିପରି ନିମିଷକ ମଧ୍ୟରେ ନିଆଁ ଲାଗିଗଲା ଆଉ ଏତେ ବଡ଼ ଅଘଟଣ ଘଟିଗଲା l କିପରି ସୁସ୍ଥ ହୋଇ ଘରକୁ ଫେରିବେ ମା’ ପୁଅ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ