Sunday, October 4, 2026
23.3 C
Odisha

    ଶିଶୁକୁ ବୋତଲରେ କ୍ଷୀର ପିଆଉଥିଲେ ସାବଧାନ, ଦାନ୍ତ ଉପରେ ପଡିପାରେ ପ୍ରଭାବ

    ଆଗକୁ ପଢନ୍ତୁ

    ଛୋଟ ଛୁଆମାନଙ୍କୁ ପାଳିପୋଶି ବଡ କରିବା ହେଉଛି କାଠିକର ପାଠ । ଖାଲି ଛୁଆଙ୍କୁ ଜନ୍ମ କରିଦେଲେ ହେବ ନାହିଁ । ତାଙ୍କୁ କିପରି ଯତ୍ନର ସହ ଲାଳନପାଳନ କରାଯିବା ତାହା ପ୍ରତି ମଧ୍ୟ ଧ୍ୟାନ ଦେବା ନିହାତି ଜରୁରୀ ହୋଇଥାଏ । ଏଥି ସହ ଛୋଟ ପିଲାମାଙ୍କର ବହୁତ କିଛି ସମସ୍ୟା ହୋଇଥାଏ, ଯାହା ପିତାମାତା ଜାଣିପାରି ନଥାନ୍ତି । ଏହି ସବୁ ଛୋଟ ଛୋଟ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ, ନଚେତ୍ ପିଲାମାନେ ଅନେକ ସମସ୍ୟାରେ ସମ୍ମୁଖୀନ ହୋଇପାରନ୍ତି ।

    ବର୍ତ୍ତମାନ ସମୟରେ ଛୋଟଛୁଆଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକମାନଙ୍କ କ୍ଷେତ୍ରରେ ମଧ୍ୟ ଦାନ୍ତର ସମସ୍ୟା ଦେଖାଦେଇଥାଏ । ଏକଥା ଆପଣମାନେ ବି ବହୁତ୍ ଭଲ ଭାବରେ ଜାଣିଥିବେ । ତେବେ ଆପଣ ପିଲାଦିନରୁ ଦାନ୍ତର ସଠିକ୍ ଯତ୍ନ ନେବା ବହୁତ୍ ଗୁରୁତ୍ବପୂର୍ଣ୍ଣ, କିନ୍ତୁ ଅନେକ ସମୟରେ ପିତାମାତା ଜାଣତରେ କିମ୍ବା ଅଜାଣତରେ ଏପରି ଭୁଲ୍ କରନ୍ତି ଯାହା ପିଲାମାଙ୍କ ସୁସ୍ଥ ଦାନ୍ତକୁ କ୍ଷତି ପହଞ୍ଚାଏ । ଏକ ରିପୋର୍ଟ ଅନୁଯାୟୀ ୯୫% ଭାରତୀୟ ଯୁବପିଢ଼ି ମାଢ଼ି ସମସ୍ୟାରେ ପୀଡିତ ।ଏହାର ସବୁଠାରୁ ବଡ଼ କାରଣ ହେଉଛି ସଚେତନତାର ଅଭାବ । ପିଲାଦିନୁ ଦାନ୍ତର ସଠିକ୍ ଯତ୍ନ ନେବା ଆବଶ୍ୟକ । ଏପରି ଏକ ସମସ୍ୟା ହେଉଛି ବେବି ବୋତଲ ସିଣ୍ଡ୍ରୋମ, ଯାହା ବୋତଲରୁ କ୍ଷୀର ପିଇବା ଯୋଗୁଁ ଛୋଟ ପିଲାମାନଙ୍କଠାରେ ଦେଖାଦେଇଥାଏ ଅନେକ ପ୍ରକାରର ସମସ୍ୟା । ତେବେ ଆସନ୍ତୁ ଜାଣିବା ଏହି ସିଣ୍ଡ୍ରୋମ୍ ଏବଂ ଏହାର ପ୍ରତିରୋଧ ବିଷୟରେ ।

    ବେବି ବୋତଲ ସିଣ୍ଡ୍ରୋମ୍, ଯାହାକୁ ‘ବୋତଲ କ୍ୟାରେଜ୍’ କିମ୍ବା ନର୍ସିଂ ବୋତଲ କ୍ୟାରେଜ୍ ମଧ୍ୟ କୁହାଯାଏ । ଏହା ଏକ ଦନ୍ତ ରୋଗ ଯେଉଁଥିରେ ଛୋଟ ପିଲାମାନଙ୍କର କ୍ଷୀର ଦାନ୍ତ କ୍ଷୟ ହେବା ଆରମ୍ଭ ହୋଇଥାଏ । ଏହି ସମସ୍ୟା ସେତେବେଳେ ହୁଏ ଯେତେବେଳେ ପିଲାଙ୍କୁ ବାରମ୍ବାର ବୋତଲରେ କ୍ଷୀର କିମ୍ବା ମିଠା ପାନୀୟ ଜଳ ପିଇବାକୁ ଦିଆଯାଏ, ବିଶେଷ କରି ଶୋଇବା ସମୟରେ । ଏହାର ମୁଖ୍ୟ କାରଣ ହେଉଛି ବୋତଲରୁ ପିଉଥିବା ତରଳ ପଦାର୍ଥରେ ଥିବା ଚିନି, ଯାହା ଦାନ୍ତ ଉପରେ ଜମା ହୋଇ ଜୀବାଣୁକୁ ବୃଦ୍ଧି ପାଇବାକୁ ସୁଯୋଗ ଦିଏ।ଏହି ଜୀବାଣୁଗୁଡିକ ଏସିଡ୍ ଉତ୍ପାଦନ କରନ୍ତି ଯାହା ଦାନ୍ତର ଉପର ସ୍ତରକୁ ନଷ୍ଟ କରିଦିଏ ଏବଂ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଯଦି ଏହାର ଲକ୍ଷଣଗୁଡିକୁ ଅଣଦେଖା କରାଯାଏ, ତେବେ ପିଲାଟି ଦାନ୍ତ ପଡିବ, ମାଢ଼ି ସଂକ୍ରମଣ ଏବଂ କଥା କହିବାରେ ଅସୁବିଧା ଭଳି ସମସ୍ୟାର ସମ୍ମୁଖୀନ ହୋଇପାରେ ।

    ବେବି ବୋତଲ ସିଣ୍ଡ୍ରୋମର ଲକ୍ଷଣ : ଦାନ୍ତରେ ଧଳା କିମ୍ବା ମାଟିଆ ଦାଗ ପଡିବା । ଏଥି ସହିତ ଦାନ୍ତ ଯନ୍ତ୍ରଣା, ଅଧିକ ଥଣ୍ଡା କିମ୍ବା ଗରମ ଖାଦ୍ୟ ଖାଇବାର ସମସ୍ୟା ହୋଇପାରେ । ଜୀବାଣୁ ସଂକ୍ରମଣ ଯୋଗୁଁ ମାଢ଼ି ଫୁଲିଯାଏ କିମ୍ବା ରକ୍ତସ୍ରାବ ହୁଏ । ଏଥି ସହ ପାଟିରୁ ଦୁର୍ଗନ୍ଧ ମଧ୍ୟ ବାହାରିଥାଏ । ତେବେ ଏଥିପ୍ରତି ସଚେତନ ହୋଇ ଚଳିବା ନିହାତି ଆବଶ୍ୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ