Saturday, October 17, 2026
22.4 C
Odisha

    ଶୀତଳ ଦେବୀଙ୍କୁ ଏସ୍‌ୟୁଭି ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :ପଙ୍କରେ ପଦ୍ମ ଫୁଟିଲା ପରି ଦୁଇ ହାତ ବିନା ଜନ୍ମ ନେଇଥିଲେ ଜାମ୍ମୁ-କାଶ୍ମୀରର ଶୀତଳ ଦେବୀ। ଏହାସତ୍ତ୍ବେ ଶୀତଳ ତୀରନ୍ଦାଜୀ ପରି କଷ୍ଟସାଧ୍ୟ କ୍ରୀଡ଼ାକୁ ଆପଣାଇଥିଲେ। ତୀରନ୍ଦାଜୀରେ ଦୁଇ ହାତର ବହୁତ ବଡ଼ ଭୂମିକା ରହିଥାଏ। ହେଲେ ଦୁଇ ହାତ ନଥିବା ସତ୍ତ୍ବେ ଶୀତଳ ଦେବୀ ବିଶ୍ବରେ ତାଙ୍କ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ପାରିଛନ୍ତି। ୨୦୨୪ ପ୍ୟାରିସ୍‌ ପାରାଲିମ୍ପିକ୍‌ସରେ ଶୀତଳ ଦେବୀ ମିଶ୍ରିତ ଦଳଗତ କମ୍ପାଉଣ୍ଡ ଇଭେଣ୍ଟରେ ଭାରତକୁ କାଂସ୍ୟପଦକ ଜିତାଇଥିଲେ। ଶୀତଳଙ୍କ କ୍ରୀଡ଼ା ପ୍ରତି ନିଷ୍ଠାରେ ବେଶ୍‌ ପ୍ରଭାବିତ ହୋଇଛନ୍ତି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ସର୍ବଦା କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଦେଇ ଆସୁଥିବା ଆନନ୍ଦ ମହିନ୍ଦ୍ରା ଏକ ଦାମୀ ଏସ୍‌ୟୁଭି କାର୍ ଶୀତଳ ଦେବୀଙ୍କୁ ଉପହାର ଦେଇଛନ୍ତି।ଶୀତଳ ଦେବୀଙ୍କର ହାତ ନଥିବାରୁ ସେ ଦୁଇ ଗୋଡ଼ ଜରିଆରେ ତୀରନ୍ଦାଜୀ କରିଥାଆନ୍ତି। ଏଥିପାଇଁ ତାଙ୍କୁ ବର୍ଷବର୍ଷ ଧରି କଠିନ ପରିଶ୍ରମ ଓ ଅଭ୍ୟାସ କରିବାକୁ ପଡ଼ିଛି। ଶାରୀରିକ ଅକ୍ଷମତା ସତ୍ତ୍ବେ କ୍ରୀଡ଼ା ନୈପୁଣ୍ୟ ହାସଲ କରିବା ଯୋଗୁଁ ବହୁ ଭାରତୀୟଙ୍କ ପାଇଁ ଶୀତଳ ଦେବୀ ପ୍ରେରଣା ପାଲଟିଛନ୍ତି। ଶୀତଳଙ୍କୁ ଭେଟିବା ପାଇଁ ଆନନ୍ଦ ମହିନ୍ଦ୍ରା ତାଙ୍କ ଘରକୁ ଯାଇଥିଲେ। ସେଠା​‌େ​‌ର ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା କରିଥିଲେ। ତାଙ୍କ କମ୍ପାନୀ ମହିନ୍ଦ୍ରାର ନୂଆ ମଡେଲ୍‌ ଏସ୍‌ୟୁଭି ସ୍କର୍‌ପିଓ-ଏନ୍‌ ଶୀତଳଙ୍କୁ ଆନନ୍ଦ ମହିନ୍ଦ୍ରା ଉପହାର ଦେଇଥିଲେ। ପ୍ରତି ବଦଳରେ ଆନନ୍ଦ ମହିନ୍ଦ୍ରାଙ୍କୁ ଏକ ତୀର ଉପହାର ଦେଇଥିଲେ ଶୀତଳ ଦେବୀ। ବେଶ୍‌ କିଛି ବର୍ଷ ହେଲା ଆନ୍ତର୍ଜାତିକ ସ୍ତରରେ ପାରା ତୀରନ୍ଦାଜୀରେ ଉତ୍କର୍ଷ ଦେଖାଇଛନ୍ତି ଶୀତଳ ଦେବୀ। ସେ ୨୦୨୦ ଏସୀୟ ପାରା କ୍ରୀଡ଼ାରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ।ପୁଣି ବିଶ୍ବ ପାରା ତୀରନ୍ଦାଜୀ ଚମ୍ପିଆନ୍‌ସିପରେ ଶୀତଳ ରୌପ୍ୟ ପଦକ ଜିତିଥିଲେ। ପୁଣି ଏସୀୟ ପାରା ତୀରନ୍ଦାଜୀରେ ଶୀତଳ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ଶୀତଳ ୨୦୨୩ରେ ଅର୍ଜୁନ ପୁରସ୍କାର ପାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.4 ° C
    22.4 °
    22.4 °
    89 %
    1.4kmh
    19 %
    Sat
    22 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ