Saturday, July 5, 2025
24.2 C
Odisha

    ଶ୍ରମିକଙ୍କ ବେକରେ ପଶିଲା ରଡ୍, ଅବସ୍ଥା ସଂକଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର

    ଆଗକୁ ପଢନ୍ତୁ

    ଅନୁଗୋଳ : ଶ୍ରମିକଙ୍କ ବେକରେ ପଶିଲା ରଡ୍ । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ବିଲଡିଂ ରଡ୍ ବାଇଣ୍ଡିଂ ପାଇଁ ରଡ୍ କଟିଂ କରି ଉପରକୁ ଚଢାଉ ଥିବା ବେଳେ ଏହି ଅଘଟଣ ଘଟିଛି। ଶ୍ରମିକ ଜଣକ ହେଲେ ଜାରକା ଅଞ୍ଚଳର ମନୋରଞ୍ଜନ ବେହେରା । ସେ ରଡ୍ କଟିଂ କରି ଦୌଡ଼ି ସାହାଯ୍ୟରେ ଉପରକୁ ଉଠାଉ ଥିବା ବେଳେ ରଡ୍ ଟି ଖସି ଯିବାରୁ ମନୋରଞ୍ଜନଙ୍କ ବେକରେ ପଶି ଯାଇଥିଲା । ଗୁରୁତର ଅବସ୍ଥାରେ ଅନ୍ୟ ଶ୍ରମିକ ମାନେ ମନୋରଞ୍ଜନକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    92 %
    3.3kmh
    100 %
    Sat
    24 °
    Sun
    25 °
    Mon
    28 °
    Tue
    25 °
    Wed
    25 °

    ସମ୍ବନ୍ଧିତ