Friday, October 9, 2026
21.5 C
Odisha

    ଶ୍ରୀମନ୍ଦିରରୁ ଲିଭିଯାଉଛି ସୂକ୍ଷ୍ମ କାରୁକାର୍ଯ୍ୟ, ସାଦା ପଥର ଲଗାଇ ଚଳାଇ ଦିଆଯାଉଛି କାମ

    ଆଗକୁ ପଢନ୍ତୁ

    ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌‌ଆଇ)ର ଅବହେଳା ଯୋଗୁ ଲିଭି ଯାଉଛି ଶ୍ରୀମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ। ମୁଖ୍ୟ ମନ୍ଦିର ବ୍ୟତୀତ ବଡ଼ଦେଉଳ ବେଢ଼ା ପରିସରରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ପୁଣି ଶତାଧିକ ପାର୍ଶ୍ବ ଦେବଦେବୀ ବି ଅଛନ୍ତି। ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଏହି ମୂର୍ତ୍ତି ମଧ୍ୟରୁ ଯଦି କୌଣସି ମୂର୍ତ୍ତି ଭାଙ୍ଗିପଡ଼ୁଛି କିମ୍ବା ଅନ୍ୟ କୌଣସି କାରଣ ପାଇଁ ନଷ୍ଟ ହୋଇଯାଇଛି, ତାହାର ପୁନଃସ୍ଥାପନ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉନାହିଁ। ଯଦି ବି ପୁନଃସ୍ଥାପନ କରାଯାଉଛି, ପୂର୍ବପରି ସେହି ସୂକ୍ଷ୍ମ କାରୁକାର୍ଯ୍ୟ ରହୁନାହିଁ। ଏଏସ୍‌‌ଆଇ ଏଭଳି ଅବହେଳାକୁ ନେଇ ଅନେକ ସମୟରେ ଅସନ୍ତୋଷ ପ୍ରକାଶ ପାଉଛି। କିନ୍ତୁ ଏ ଦିଗରେ ସଚେତନ ହେଉନି ଏଏସ୍‌‌ଆଇ। ଆଉ ଏକ ଅବହେଳାର ଉଦାହରଣ ହେଉଛି, ଦୀର୍ଘ ୧୩ବର୍ଷ ହେବ ଶ୍ରୀହୀନ ପଡ଼ିଛି ସିଂହଦ୍ୱାର। ଲାଗିପାରୁନାହିଁ ଦଶାବତାର ମୂର୍ତ୍ତି।

    ଶ୍ରୀମନ୍ଦିରର ପ୍ରତିଟି ଜାଗାରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ କୀର୍ତ୍ତିରାଜି ରହିଛି। ଗୁମୁଟ ହେଉ କି ମେଘନାଦ ପାଚେରି; ଏସବୁର କଳା, ସ୍ଥାପତ୍ୟ ଦର୍ଶନାର୍ଥୀଙ୍କୁ ବେଶ୍‌‌ ଆକର୍ଷିତ କରିଥାଏ। ହେଲେ ଧୀରେ ଧୀରେ କୀର୍ତ୍ତିରାଜିଗୁଡ଼ିକ ନଷ୍ଟ ହେଉଥିଲେ ମଧ୍ୟ ଏହାର ଉପଯୁକ୍ତ ସଂରକ୍ଷଣ କରାଯାଉନାହିଁ। ଠିକଣା ସମୟରେ ମରାମତି କିମ୍ବା ପୁନଃସ୍ଥାପନ ହେଲେ କାରୁକାର୍ଯ୍ୟପୂର୍ଣ୍ଣ କୀର୍ତ୍ତିରାଜିର ସୁରକ୍ଷା ଏବଂ ସଂରକ୍ଷଣ ହୋଇପାରନ୍ତା। ମାତ୍ର ଦାୟିତ୍ୱରେ ଥିବା ଏଏସ୍‌‌ଆଇ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ। ଦ୍ୱାଦଶ ଶତାବ୍ଦୀର ଶ୍ରୀମନ୍ଦିରର କୌଣସି ମରାମତି କିମ୍ବା ପୁନଃସ୍ଥାପନ ଆବଶ୍ୟକ, ସେ ସମ୍ପର୍କରେ ମନ୍ଦିର ପ୍ରଶାସନ ସହ ଆଲୋଚନା କରି ଏଏସ୍‌‌ଆଇ ଏହା କରିବା କଥା। ୧୯୭୪ ମସିହାରୁ ଏଏସ୍‌‌ଆଇ ବଡ଼ଦେଉଳର ସଂରକ୍ଷଣ ଦାୟିତ୍ୱ ନେଇଛି। କିନ୍ତୁ ଅନେକ ସମୟରେ ଏଏସ୍‌‌ଆଇ ତା’ କାମରେ ଅବହେଳା କରୁଥିବା ଅଭିଯୋଗ ହେଉଛି। ତୁରନ୍ତ ମରାମତି ଆବଶ୍ୟକ ଥିବା କେତେକ କାମକୁ ଗୁରୁତ୍ୱ ଦିଆଯାଉନାହିଁ। ଫଳରେ ଏକାଧିକ ସୂକ୍ଷ୍ମ କାରୁକାର୍ଯ୍ୟ ନଷ୍ଟ ହେଉଛି ନଚେତ୍‌‌ ସମ୍ପୂର୍ଣ୍ଣ ଭାବେ ଲିଭିଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    91 %
    1.3kmh
    1 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ