Saturday, March 14, 2026
28.9 C
Odisha

    ସମାପ୍ତ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା,

    ଆଗକୁ ପଢନ୍ତୁ

    ବରଗଡ଼ : କଂସ ବଧ ସହ ସମାପ୍ତ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଭଣଜା କୃଷ୍ଣ ହାତରେ ମାମୁଁ କଂସଙ୍କ ହୋଇଛି ମୃତ୍ୟୁ । ପ୍ରେମ, ଭକ୍ତି, ବିରହ, ଅନ୍ୟାୟ, ଅନୀତି , ଅତ୍ୟାଚାରକୁ ନେଇ ହୋଇଥିବା ଧନୁଯାତ୍ରା ୧୧ ଦିନ ଧରି ଚାଲିବା ପରେ ଅନ୍ୟାୟ , ଅଧର୍ମକୁ ପଛରେ ପକାଇ ପରିଶେଷରେ ସତ୍ୟ ଓ ଧର୍ମର ହୋଇଛି ଜୟ । ଏହା ଥିଲା ଧନୁଯାତ୍ରାର ମୂଳ ଉଦ୍ଦେଶ୍ୟ । ଶାନ୍ତି ଶୃଙ୍ଖଳା ସହ ଲକ୍ଷାଧିକ ଦର୍ଶକ ଧନୁଯାତ୍ରା ଉପଭୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଜିଲ୍ଲାପାଳ  । ଏହାର ଅନ୍ତିମ ଦିବସରେ କୃଷ୍ଣ ବଳରାମ ମଥୁରା ଭ୍ରମଣ କରି ମହାରାଜ କଂସ ଡାକିଥିବା ଧନୁଯାତ୍ରା ଦେଖିବା ପାଇଁ ପହଞ୍ଚିଥିଲେ। ମହାରାଜ କଂସଙ୍କ ଆଦେଶ ଅନୁଯାୟୀ ରଂଗମହଲର ସମସ୍ତ ଦ୍ବାରରେ ନିୟୋଜିତ ଥିଲେ ବଡ଼ ବଡ଼ ଯୋଦ୍ଧା । ଶିବ ଧନୁ ଭଗ୍ନ ପରେ ପ୍ରଥମ ଦ୍ବାରରେ ଥିଲା କୁବଳୟା ହସ୍ତୀ, କୁବଳୟା ହସ୍ତୀ ବଧ କଲା ପରେ କୃଷ୍ଣ ବଳରାମ ଅଷ୍ଟମଲ୍ଲଙ୍କ ସହ ମହାରାଜ କଂସଙ୍କୁ ବଧ କରି ମଥୁରାବାସୀଙ୍କୁ କଂସର ଅତ୍ୟାଚାରରୁ ମୁକ୍ତି ଦେଇଛନ୍ତି । ଅନ୍ୟପଟେ ସବୁବେଳେ ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ ବୋଲି କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ସୁଶୀଲ କୁମାର ମେହେର କହିଛନ୍ତି ।

    ବିଶ୍ବର ସର୍ବବୃହତ ଖୋଳା ରଙ୍ଗମଞ୍ଚରେ ଦୀର୍ଘ ୭୮ ବର୍ଷ ଧରି ଆୟୋଜନ ହୋଇଆସୁଥିବା ଧନୁଯାତ୍ରା କେବଳ ଯାତ୍ରା ନୁହଁ । ଯାତ୍ରା ମାଧ୍ୟମରେ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଝଳକ ଦେଖିବାକୁ ମିଳେ। ଆଗାମୀ ଦିନରେ ଧନୁଯାତ୍ରା ମହୋତ୍ସବ ଆହୁରି ଉନ୍ନତ ଧରଣର ହେବ ବୋଲି ଆଶା କରିବା ସହ ଏହି ମାଟିରେ କାର୍ଯ୍ୟ କରି ନିଜକୁ ଗର୍ବିତ ବୋଲି ବରଗଡ଼ ଜିଲ୍ଳାପାଳ ଆଦିତ୍ୟ ଗୋଏଲ ଏବଂ ଏସପି ପ୍ରହଲ୍ଲାଦ ସହାଇ ମୀନା କହିଛନ୍ତି । ତେବେ ଦୀର୍ଘ ୧୧ ଦିନ ଧରି ଚାଲିଥିବା ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଜନ ସାଧାରଣଙ୍କୁ ଅନେକ କିଛି ଶିକ୍ଷା ଦେଉଥିବା ବେଳେ ଯୁଗେ ଯୁଗେ ସର୍ବଦା ଧର୍ମର ହିଁ ଜୟ ହୋଇଥାଏ ତାହା ପ୍ରମାଣିତ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    23 %
    2.9kmh
    0 %
    Sat
    31 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ