Sunday, June 1, 2025
36 C
Odisha

    ସାବଧାନ! ଘରେ ଅଗରବତୀ ଲଗାଉଛନ୍ତି କି ? ହୋଇପାରନ୍ତି ଏହି ରୋଗର ଶିକାର

    ଆଗକୁ ପଢନ୍ତୁ

    ଭାରତୀୟ ପରିବାରେ ପ୍ରତିଦିନ ପୂଜାପାଠ ସମୟରେ ଧୂପକାଠି ବା ଅଗରବତୀ ଜଳାଇବା ଦେଖାଯାଇଥାଏ । ଇଶ୍ବରଙ୍କୁ ସମ୍ମାନ ଏବଂ ପୂଜା ଅର୍ଚ୍ଚନା ପାଇଁ ସକାଳ ଏବଂ ସନ୍ଧ୍ୟାରେ ଅଗରବତୀ ଲଗାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଭକ୍ତି ଏବଂ ଭାବନା ଦ୍ବାରା ଲାଗାଯାଉଥିବା ଏହି ଅଗରବତୀ ବିଭିନ୍ନ ପ୍ରକାର ରୋଗ କାରଣ ହୋଇଥାଏ । ଆସନ୍ତୁ ଜାଣିବା ଅଗରବତୀ ପାଲଟିଥାଏ କେଉଁ ରୋଗର କାରଣ …

    କଫ : ଅଗରବତୀର ଧୂଆଁରୁ ଅଧିକ ମାତ୍ରାର କାର୍ବୋନୋଅକ୍ସସାଇଡ଼ ବାହାରିଥାଏ । ଏହି ଧୂଆଁରେ ନିଶ୍ବାସ ନେବା ଦ୍ବାରା କାଶ , ଛିଙ୍କ ସମସା ଉପଜୁବା ସହ ଛାତିରେ କଫ ଜମା ହୋଇଥାଏ । ଏଥିଯୋଗୁଁ ନିଶ୍ବାସ ଜନିତ ରୋଗର ସମସ୍ୟା ଉପୁଜିଥାଏ ।

    ଶ୍ବାସରୋଗ : ପୂର୍ବରୁ ପ୍ରମାଣିତ ହୋଇସାରିଛି କି ଅଗରବତୀର ଧୂଆଁ ଧୂମପାନ ଧୂଆଁ ଠାରୁ ମଧ୍ୟ ଅଧିକ ହାନିକାରକ ହୋଇଥାଏ । ଏହି ଧୂଆଁଙ୍କୁ ନିଶ୍ବାସରେ ନେବା ଦ୍ବାରା ଏଥିରେ ଉପସ୍ଥିତ ନାଇଟ୍ରୋଜେନ୍ ଏବଂ ସଲଫର୍ ଡ଼ାଏଅକ୍ସସାଇଡ୍ ଶରୀରରେ ପ୍ରବେଶ କରି ଶ୍ବାସ ଏବଂ ସିଓପିଡି ଆଦି ରୋଗ ହୋଇଥାଏ ।

    ତ୍ବଚା ଏବଂ ଆଖି : ଅଗରବତୀର ଧୂଆଁରେ ଉପସ୍ଥିତ କେମିକାଲ୍ ଆଖି ଜଳାଇବା ସହ ତ୍ବଚା ସଂକ୍ରମଣ ଆଦି ସମସ୍ୟା ଦେଖାଯାଇଥାଏ । ଏହା ଛଡ଼ା ଧୂଆଁ କାରଣରୁ ମସ୍ତିଷ୍କର କୋଷିକା ଗୁଡ଼ିକରେ ଖରାପ ପ୍ରଭାବ ପଡ଼ିଥାଏ । ଯାହା ଫଳରେ ମୁଣ୍ଡବିନ୍ଧା , ମାଇଗ୍ରେନ୍ ଆଦି ସମସ୍ୟା ଦେଖାଯାଇଥାଏ । ବାରମ୍ବାର ଏହି ଧୂଆଁ ଶରୀର ମଧ୍ୟକୁ ପ୍ରବେଶ କରୁଥିବାରୁ ହୃଦଜନିତ ସମସ୍ୟା ଆଦିର ସାମ୍ନା କରିବାକୁ ପଡ଼ିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36 ° C
    36 °
    36 °
    33 %
    5.5kmh
    51 %
    Sun
    39 °
    Mon
    40 °
    Tue
    37 °
    Wed
    40 °
    Thu
    40 °

    ସମ୍ବନ୍ଧିତ