Tuesday, September 29, 2026
24.9 C
Odisha

    ସାବଧାନ: ଭୋଟର ପରିଚୟପତ୍ର ସଂଶୋଧନ ପାଇଁ ଆସୁଛି ଅଜଣା ଲିଙ୍କ୍‌‌

    ଆଗକୁ ପଢନ୍ତୁ

    ସାଇବର ଅପରାଧ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ବୈଷୟିକ ଜ୍ଞାନକୌଶଳର ବିକାଶ ଘଟୁଥିବା ବେଳେ ସାଇବର ଅପରାଧର ତରିକା ମଧ୍ୟ ବଦଳିବାରେ ଲାଗିଛି। ଏହି ଅପରଧୀ ମାନେ ନୁଆ ନୂଆ ତରିକାରେ ଅପରାଧ ଘଟାଇ ଚାଲିଛନ୍ତି। ସାଇବର ଅପରାଧୀଙ୍କ ପ୍ରଲୋଭନର ଜାଲରେ ପଡ଼ି ବହୁ ଲୋକେ ପ୍ରତିଦିନ ଠକାମିର ଶିକାର ହୋଇ ଅର୍ଥ ହରାଉଛନ୍ତି। ଫେକ୍‌‌ ବା ନକଲି ମୋବାଇଲ ଆପ୍ଲିକେସନ(ଆପ୍‌‌) ଓ ନକଲି ତଥା ଅଜଣା ଲିଙ୍କ୍‌‌ ଆଦି ଜାଲ ବିଛାଇଛନ୍ତି ସାଇବର ଅପରାଧି।
    ବିଶେଷକରି ଏବେ ସାରା ଦେଶରେ ନିର୍ବାଚନ ଋତୁ ଚାଲିଥିବା ବେଳେ ଏହି ସାଇବର ଅପରାଧି ମାନେ ଲୁଟ ତରିକା ବଦଳାଉଥିବା ଦେଖିବାକୁ ମିଳୁଛି। ଏପରିକି ରାଜ୍ୟ ବାହାରେ ଏଭଳି ଅପରାଧ ଦୃଷ୍ଟିକୁ ଆସିବା ପରେ ଓଡ଼ିଶା ପୁଲିସ ମଧ୍ୟ ଏ ନେଇ ସାଧାରଣ ଜନତାଙ୍କୁ ସତର୍କ କରାଇଛି। ନିର୍ବାଚନ ଅବ୍ୟବହିତ ପୂର୍ବରୁ ଭୋଟର ପରିଚୟପତ୍ର ସଂଶୋଧନ ତଥା ଭୋଟର ତାଲିକାରେ ନାମ ଦରଜ ପାଇଁ ସାଇବର ଅପରାଧି ମାନେ ବିଭିନ୍ନ ପ୍ଲାଟଫର୍ମରେ ପ୍ରଚାର ପ୍ରସାର କରୁଛନ୍ତି। ଏଥିପାଇଁ ଅଜଣା ତଥା ଜାଲ୍‌‌ ଲିଙ୍କ ପଠାଉଛନ୍ତି। ଏହି ଲିଙ୍କରେ କ୍ଲିକ କରିଲେ ବିଭିନ୍ନ ତଥ୍ୟ ଦେବାକୁ କୁହାଯାଉଛି। ଏହା ଜରିଆରେ ସାଇବର ଅପରାଧି ମାନେ ବ୍ୟକ୍ତିବିଶେଷଙ୍କ ଗୋପନୀୟ ତଥ୍ୟ ହାସଲ କରି ଲୁଟ କରିବାରେ ସକ୍ଷମ ହେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ