Saturday, October 10, 2026
22.4 C
Odisha

    ଓଡ଼ିଶାକୁ ୧ ନମ୍ୱର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଯଥେଷ୍ଟ : କାର୍ତ୍ତିକ ପାଣ୍ଡିଆନ

    ଆଗକୁ ପଢନ୍ତୁ

    ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଘୁନାଥପାଲ୍ଲୀ, ବୀରମିତ୍ରପୁର ଓ ବଣାଇରେ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ଏବଂ ରଘୁନାଥପାଲ୍ଲୀ ବିଧାୟକ ପ୍ରାର୍ଥୀ ଅର୍ଚ୍ଚନା ରେଖା ବେହେରା, ବୀରମିତ୍ରପୁର ବିଧାୟକ ପ୍ରାର୍ଥୀ ରୋହିତ ଜୋସେଫ୍‍ ତିର୍କିୀ ଓ ବଣାଇ ବିଧାନସଭା ପ୍ରାର୍ଥୀ ଭିମସେନ ଚୌଧୁରୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ।

    ବୀରମିତ୍ରପୁରରେ ଶ୍ରୀ ପାଣ୍ଡିଆନ ବିରାଟ ଜନସଭାକୁ ଉଦବୋଧନ ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ କହୁଛନ୍ତି ଆଜି ତାଙ୍କ ଦଳ ନିର୍ବାଚନ ଜିତିଲେ ଓଡ଼ିଶାକୁ ଏକ ନମ୍ୱର କରିବେ ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀ ବହୁବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ଗୁଜରାଟକୁ ଏକ ନମ୍ୱର କରିପାରିଲେ କି ? ଗୁଜରାଟରେ ଆଜି ଅପପୁଷ୍ଟି ହାର ୪୦ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୨୯ ପ୍ରତିଶତ ରହିଛି, ମହିଳା ସଶକ୍ତିକରଣରେ ଗୁଜରାଟ ବହୁ ପଛୁଆ ଅଛି, ମୁଣ୍ଡପିଛା ଋଣହାର ମଧ୍ୟ ଗୁଜରାଟରେ ଅଧିକା, ରକ୍ତହୀନତା ହ୍ରାସରେ ଓଡ଼ିଶା ୬୪ ସ୍ଥାନରେ ଥିବାବେଳେ ଗୁଜରାଟ ୮୦ରେ ଅଛି, ଓଡ଼ିଶାରେ ସବୁ ହାଇସ୍କୁଲରେ ଡିଜିଟାଲ ବୋର୍ଡରେ ପିଲା ପାଠ ପଢ଼ୁଥିବାବେଳେ ଗୁଜରାଟରେ ଆଜି ମଧ୍ୟ ବ୍ଲାକବୋର୍ଡରେ ପିଲା ପାଠ ପଢ଼ୁଛନ୍ତି ବୋଲି କହି ସେ ପୁଣି କହିଥିଲେ ଯେ ଆପଣ ଯଦି ପାରିବେ ଭାରତକୁ ଏକ ନମ୍ୱର କରନ୍ତୁ ଓଡ଼ିଶାକୁ ଏକ ନମ୍ୱର କରିବା ପାଇଁ ନବୀନ ବାବୁ ଯଥେଷ୍ଟ । ଦଶବର୍ଷ ମଧ୍ୟରେ କଟକ-ସମ୍ୱଲପୁର ରାସ୍ତା ହୋଇପାରିଲା ନାହିଁ କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ୩ ବର୍ଷରେ ବିଜୁ ଏକ୍‍ସପ୍ରେସ ୱେ କରି ଦେଖେଇଦେଲେ, ମାନ୍ୟବର ପ୍ରଧାନ ମନ୍ତ୍ରୀ ଓଡ଼ିଶାରେ ଇତିମଧ୍ୟରେ ବହୁତ ଶିଳାନ୍ୟାସ କରିଛନ୍ତି, ଶିଳାନ୍ୟାସ ମଧ୍ୟରୁ କେତୋଟିର ଉଦ୍‍ଘାଟନ ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦିଅନ୍ତୁ, ଓଡ଼ିଶାରେ ଇଣ୍ଡିଆନ ଅଏଲ, ଏନ୍‍.ଟି.ପି.ସି ଭଳି ବହୁ ରାଷ୍ଟ୍ରୀୟ କମ୍ପାନୀ ରହିଛି, ଏଥିରେ ଓଡ଼ିଆ ପିଲା ନିଯୁକ୍ତି ପାଉନାହାନ୍ତି, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ, ପେଟ୍ରୋଲ, ଡିଜେଲ, ଏଲ୍‍.ପି.ଜି. ଦରଦାମ ବଢ଼ିବ ନାହିଁ ବୋଲି ଗ୍ୟାରେଣ୍ଟି ଦିଅନ୍ତୁ, କୋଷ୍ଟାଲ ହାଇୱେ ୧୦ ବର୍ଷ ହେଲା ହୋଇପାରୁନାହିଁ, କୋଲ ରୟାଲଟି ବୃଦ୍ଧି ପାଇଁ ବାରମ୍ବାର ଅନୁରୋଧ ସତ୍ୱେ ହୋଇପାରୁନାହିଁ, ଓଡ଼ିଶାରେ ବିପୁଳ କୋଇଲା ସମ୍ପଦ ରହିଛି କିନ୍ତୁ ରୟାଲଟି ବାବଦରେ କେନ୍ଦ୍ର ନେଉଛି କୋଟି କୋଟି ଟଙ୍କା ଓଡ଼ିଶା ପାଉଛି କେବଳ ପ୍ରଦୂଷଣ, ଗ୍ରୀନସେସ୍‍ ବାବଦକୁ ଯେତିକି ନେଉଛନ୍ତି ସେଥିରେ ଓଡ଼ିଶାର ସବୁ ସ୍କୁଲ ରୁପାନ୍ତର ହୋଇଯାଇଥାନ୍ତା । ଏଥିପ୍ରତି ଦୃଷ୍ଟିଦେବାକୁ ସେ ପ୍ରଧାନ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ