Monday, May 25, 2026
42.7 C
Odisha

    ସିବିଏସଇ ପରୀକ୍ଷାଫଳ ପ୍ରକାଶିତ: ଓଡ଼ିଶାରେ ପାସ୍ ହାର ୮୮.୩୯ ପ୍ରତିଶତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଓଡ଼ିଶାରେ ଚଳିତ ବର୍ଷ ବି ପୁଅଙ୍କୁ ପଛରେ ପକାଇ ଅଧିକ ପ୍ରତିଶତ ଝିଅ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶାରେ ମୋଟ୍ ୯୭ ହଜାର ୯୧୯ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।ଓଡ଼ିଶାରେ ପାସ୍ ହାର ରହିଛି ୮୩.୬୪ ପ୍ରତିଶତ। ଏମାନଙ୍କ ମଧ୍ୟରୁ ଛାତ୍ରଙ୍କ ପାସ୍ ହାର ରହିଛି  ୮୧.୪୨ ପ୍ରତିଶତ। ଏମାନଙ୍କ ସଂଖ୍ୟା ହେଲା ୫୧ ହଜାର ୯୪୯। ଏଣେ ଓଡ଼ିଶାର ୪୫, ୯୭୦ ଜଣ ଛାତ୍ରୀ ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଙ୍କ ହାର ହେଲା ୮୬.୩୦ ପ୍ରତିଶତ।  ଏଥର ପରୀକ୍ଷାଫଳ ଭଲ ହୋଇଥିବାର ଛାତ୍ରଛାତ୍ରୀମାନେ ଖୁସି ଜାହିର କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଚଳିତ ବର୍ଷ ସିବିଏସଇ ଦ୍ବାଦଶ ଶ୍ରେଣୀରେ ସାରା ଭାରତରେ ୧୭ ଲକ୍ଷ ୮୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    42.7 ° C
    42.7 °
    42.7 °
    13 %
    2.8kmh
    40 %
    Mon
    41 °
    Tue
    45 °
    Wed
    46 °
    Thu
    47 °
    Fri
    45 °

    ସମ୍ବନ୍ଧିତ