Sunday, June 21, 2026
33.7 C
Odisha

    ସୁଦାନରେ ସେନା ବିମାନ ଦୁର୍ଘଟଣା: ୪୬ ମୃତ

    ଆଗକୁ ପଢନ୍ତୁ

    ଓମ୍‌ଦୁରମାନ୍‌: ସୁଦାନ ସେନାର ଏକ ବିମାନ ଆଜି ଓମଦୁରମାନ୍‌ ସହରର ସେନା ବିମାନଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଏକ ଜନବସତି ଅଞ୍ଚଳରେ ଖସି ପଡ଼ିବା ଫଳରେ ୪୬ ଜଣଙ୍କର ମୃତ୍ୟୁ ଘଟିଥିବା ଖାର୍‌ତୁମ ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଅଫିସ୍‌ ପକ୍ଷରୁ କୁହାଯାଇଛି। ସାମରିକ ସୂତ୍ରରୁ ଜଣାପଡ଼ିଛି ଯେ ମୃତକଙ୍କ ମଧ୍ୟରେ ଜଣେ ବରିଷ୍ଠ କମାଣ୍ଡର ଅଛନ୍ତି। ଉତ୍ତର ଓମଦୁରମାନ୍‌ର ୱାଦି ସୟିନ୍ଦାସ୍ଥିତ ସେନାର ବିମାନଘାଟିରୁ ଏହି ବିମାନ ଉଡ଼ାଣ ଆରମ୍ଭ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାନ୍ତ୍ରିକ ତ୍ରୁଟିରୁ ଏହି ଦୁର୍ଘଟଣା ହୋଇଥିବ‌ା ସୁଦାନ ସେନା ପକ୍ଷରୁ କୁହାଯାଇଛି। ଜନବସତି ଅଞ୍ଚଳରେ ବିମାନ ଖସି ପଡ଼ିବାରୁ ଏଥିରେ ଅନେକ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା‌ରେ ୧୦ ଜଣ ଗୁରୁତର ଆହତ
    ହୋଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.7 ° C
    33.7 °
    33.7 °
    41 %
    0.8kmh
    100 %
    Sun
    38 °
    Mon
    36 °
    Tue
    36 °
    Wed
    37 °
    Thu
    40 °

    ସମ୍ବନ୍ଧିତ