Tuesday, September 15, 2026
26 C
Odisha

    ସୋନିଆ ଗାନ୍ଧୀଙ୍କ ଆଚରଣ ଓଡ଼ିଶାର ପୂରା ସାନ୍ତାଳୀ ଜନଜାତିକୁ ଅପମାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଓ ତାଙ୍କର ପୁଅ ତଥା ସାଂସଦ ରାହୁଲ ଗାନ୍ଧୀ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୀବ୍ର ନିନ୍ଦା କରିଛନ୍ତି। ଏହା ସେମାନଙ୍କର ସମ୍ଭ୍ରାନ୍ତବାଦୀ ଅଚାରଣର ପ୍ରତିଫଳନ ବୋଲି ଶ୍ରୀ ମାଝୀ କହିଛନ୍ତି। ଏଭଳି ଆଚରଣ କରିବା ଓଡ଼ିଶାର ପୂରା ସାନ୍ତାଳୀ ଜନଜାତିକୁ ଅପମାନ। ‌ଲୋକେ ଏହାକୁ ଗ୍ରହଣ କରିବେ ନାହିଁ। କଂଗ୍ରେସ ଏଥି ପାଇଁ କ୍ଷମା ପ୍ରାର୍ଥନା କରିବା ଦରକାର।

    ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ସୋନିଆ ଓ ରାହୁଳଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, ସଭ୍ୟ ସମାଜରେ ଏହା ଗ୍ରହଣୀୟ ନୁହେଁ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମୁଁ ଏହାକୁ ଦୃଡ଼ ନିନ୍ଦା କରୁଛି। ସୋନିଆ ଗାନ୍ଧୀ ତାଙ୍କର ଭୂଲ ପାଇଁ ଭାରତବାସୀଙ୍କ ପାଖରେ କ୍ଷମା ପାର୍ଥନା କରନ୍ତୁ। ରାଷ୍ଟ୍ରପତି ହେଉଛନ୍ତି ଆମ ଦେଶର ପ୍ରଥମ ନାଗରିକ ତାଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେବା ଉଚିତ ନୁହେଁ। ଦଳିତ, ଆଦିବାସୀ ଓବିସି ବର୍ଗରୁ ରାଷ୍ଟ୍ରପତି ହେଇଥିବାରୁ, କଂଗ୍ରେସ ଗର୍ବର ବାସବର୍ତ୍ତୀ ହୋଇ ଏଭଳି ବୟାନ ଦେଇଛି। ସୋନିଆ ଗାନ୍ଧୀ ନିଜକୁ ରାଷ୍ଟ୍ର ଠାରୁ ଊର୍ଦ୍ଧ୍ବରେ, ସମ୍ବିଧାନ ଠାରୁ ଉର୍ଦ୍ଧ୍ବରେ ବୋଲି ଚିନ୍ତା କରୁଛନ୍ତି।

    ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଚାାରିଆଡ଼େ ପ୍ରତିବାଦ ହୋଇଛି। ସେ ଦେଇଥିବା ମନ୍ତବ୍ୟ ବିବାଦୀୟ ମନ୍ତବ୍ୟ ଓ ଅଶୋଭନୀୟ ବୋଲି କହିବା ସାଙ୍ଗକୁ ବିରୋଧ ବିଜେପି ମହିଳା ମୋର୍ଚ୍ଚା କରିଛି। ଆଜି ଭୁବନେଶ୍ୱରରେ ମାଷ୍ଟର କ୍ୟାଣ୍ଟନରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ମିଳିତ ହୋଇ ସୋନିଆ ଗାନ୍ଧୀଙ୍କ ବିରୋଧରେ ସ୍ଲୋଗାନ ଦେବା ସହ କୁଶପୁତ୍ତଲିକା ଦାହ କରିଛନ୍ତି। ଏହା ସହ ଆଗକୁ ସୋନିଆ ଗାନ୍ଧୀ କ୍ଷମା ମାଗିବାକୁ ଚେତାବନୀ ଦେଇଛି ମହିଳା ମୋର୍ଚ୍ଚା। ଯଦି ସୋନିଆ ଗାନ୍ଧୀ କ୍ଷମା ନମାଗନ୍ତି ଆଗାମୀ ଦିନରେ ମହିଳା ମୋର୍ଚ୍ଚା ଆହୁରି ତୀବ୍ର ପ୍ରତିବାଦ କରିବ ବୋଲି କହିଛନ୍ତି ନେତ୍ରୀ ସୁଭାସିନୀ ପୃଷ୍ଟି ଓ ମାନସୀ ମଞ୍ଜରୀ ରାୟ ପାଢ଼ୀ।

    ସୂଚନାଯୋଗ୍ୟ, ବଜେଟ୍‌ ଅଧିବେଶନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ପୂର୍ବାହ୍‌ଣଷର ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଥିଲେ। ତେବେ ବଜେଟ୍‌ ଅଧିବେଶନରେ  କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ତଥା କଂଗ୍ରେସ ନେତା ରହୁଲ ଗାନ୍ଧୀ ମୁର୍ମୁଙ୍କ ଅଭିଭାଷଣକୁ ନାପସନ୍ଦ କରିଥିଲେ। ରାଜ୍ୟସଭା ସାଂସଦଙ୍କୁ ସୋନିଆଙ୍କ ମୁହଁରୁ ମିଥ୍ୟା ପ୍ରତିଶ୍ରୁତି” ଶବ୍ଦ ଶୁଭୁଥିବା ବେଳେ ରାହୁଲଙ୍କ ପାଟିରୁ ‘ବୋରିଂ’ ବୋଲି ଶୁଭୁଥିଲା। ସୋନିଆ ଆହୁରି ବି କହୁଥିଲେ ଯେ ‘‘ମୁର୍ମୁ ଶେଷ ପର୍ଯ୍ୟନ୍ତ ଠିକ୍‌ ଭାବେ କଥା କହି ପାରୁନଥିଲେ। ବିଚାରୀ!

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    82 %
    0.8kmh
    8 %
    Tue
    27 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ