Tuesday, September 15, 2026
31 C
Odisha

    ସ୍ୱପ୍ନାଦେଶ ପରେ ପାହାଡ଼ ଉପରେ ଆବିର୍ଭାବ ହେଲେ ଫୁଟା ଲିଙ୍ଗ

    ଆଗକୁ ପଢନ୍ତୁ

    ଆଠଗଡ଼: ସ୍ୱପ୍ନାଦେଶ ପାଇବା ପରେ ଏମିତି ଏକ ଚମତ୍କାର ଦେଖିବାକୁ ମିଳିଛି ଆଠଗଡ଼ ବ୍ଲକ୍ ପୁରୁଷୋତ୍ତମପୁର ପାନିଆଁମା ଗାଁ ସୁବାସୀ ପାହାଡ଼ ଉପରେ।କୁହାଯାଏ ଯେଉଁଠି ଭକ୍ତ ସେଇଠି ଭଗବାନ, ସେମିତି କଥା ବିଶ୍ୱାସ ନ ହେଲେ ବି ସତ।ପାନିଆଁମା ନିକଟ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଠାରୁ ପାଖାପାଖି ପାଞ୍ଚ କିଲୋମିଟର ଦୂରରେ ରହିଛି ସୁବାସୀ ପାହାଡ଼। ସେହି ଗାଁର ଶରତ ବେହେରାଙ୍କୁ ଦୀର୍ଘ ପନ୍ଦର ବର୍ଷ ଧରି ବାରମ୍ଵାର ସ୍ୱପ୍ନାଦେଶ ହେଉଥିଲା। ଗାଁ ନିକଟ ସୁବାସି ପାହାଡ଼ ଉପରେ ବାବା ଭୋଳାନାଥଙ୍କ ଫୁଟା ଲିଙ୍ଗ ରହିଛି, କିନ୍ତୁ ଏହାକୁ ସାଧାରଣ ସ୍ୱପ୍ନ ଭାବି ଗୁରୁତ୍ଵ ଦେଉନଥିଲେ ଶରତ। ହେଲେ ବାରମ୍ଵାର ଏହି ଏକା ପ୍ରକାର ସ୍ୱପ୍ନ ଦେଖିବା ପରେ ଗାଁର କିଛି ଲୋକଙ୍କୁ ଜଣାଇଥିଲେ ଶରତ। ତଥାପି କେହି କଥାଟାକୁ ସେତେ ଗୁରୁତ୍ଵ ଦେଇନଥିଲେ।ତେବେ ଚଳିତ ବର୍ଷ ମାର୍ଗଶୀର ମାସର ପ୍ରଥମ ଗୁରୁବାର ଦିନ ପୁଣି ସ୍ୱପ୍ନାଦେଶ ହେଲା ଶରତଙ୍କୁ। ନିଜ ଗାଁରେ ଚାଲିଥିବା ତ୍ରିନାଥ ମେଳା ପାଖକୁ ଯାଇ ଗାଁ ଲୋକଙ୍କୁ ସେ ସବୁ କଥା ଜଣାଇଲେ। ଏହାପରେ ଆରମ୍ଭ ହୋଇଥିଲା ଫୁଟା ଲିଙ୍ଗ ଦର୍ଶନ ପାଇଁ ପ୍ରୟାସ। ପାହାଡ଼ରେ ଖୋଜାଖୋଜି କରିବା ପରେ ଶେଷରେ ଦୁଇ ବିରାଟକାୟ ପଥର ସନ୍ଧିରେ ବାବାଙ୍କ ଲିଙ୍ଗ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ କିଛି ଦୂରରେ ବୃଷଭ ଆକୃତିର ଏକ ବିଶାଳ ପଥର ଖଣ୍ଡ ମଧ୍ୟ ରହିଛି। ଖବର ପ୍ରଚାର ହେବା ପରେ ଏଠାକୁ ଛୁଟିଛନ୍ତି ଭକ୍ତମାନେ। ପ୍ରତିଦିନ ଏହି ଜାଗାକୁ ଆଖପାଖ ଅଞ୍ଚଳର ଶହ ଶହ ଲୋକ ଦର୍ଶନ ନିମନ୍ତେ ଆସୁଛନ୍ତି।

    ଶରତ ନିଜ ସ୍ୱପ୍ନ କଥା ସହ କିଭଳି ପ୍ରଭୁଙ୍କୁ ଠାବ କଲେ ଓ ଚମତ୍କାର ଘଟିଲା ସେ କଥା କହିଛନ୍ତି। ଏପଟେ ପ୍ରଭୁଙ୍କ କଥା ପ୍ରଚାର ହେବା ପରେ ଭକ୍ତ, ଶ୍ରଦ୍ଧାଳୁମାନେ ପାହାଡ଼ ଚଢ଼ି ଦର୍ଶନ କରିବାକୁ ଆତୁର ହୋଇ ଆସୁଛନ୍ତି। ଠାକୁରଙ୍କୁ ଦର୍ଶନ କରି ଖୁବ୍ ଖୁସି ଲାଗୁଛି ବୋଲି କହିଛନ୍ତି। ସତରେ ଶମ୍ଭୁବାବାଙ୍କ ଲୀଳା ବଡ଼ ବିଚିତ୍ର, କେତେବେଳେ ସେ କେଉଁଠାରେ ଆବିର୍ଭୂତ ହୁଅନ୍ତି ତାହା ଜାଣିବା କଷ୍ଟ। ତେବେ ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ବି ଅବର୍ଣ୍ଣନୀୟ। ଭାବରେ ଜଣେ ବ୍ୟାକୁଳ ହୁଏ, ତ ଭକ୍ତିରେ ଆଉ ଜଣେ ହୁଏ ବିମୋହିତ। ଭକ୍ତ ପାଇଁ ଭଗବାନ ଯେପରି ସବୁଠି ଆବିର୍ଭୂତ ହୁଅନ୍ତି। ତେବେ ଏଭଳି ଅଲୌକିକ ଘଟଣା ଭଗବାନଙ୍କ ପ୍ରତି ବିଶ୍ୱାସକୁ ଆହୁରି ଦୃଢ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    61 %
    1.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    25 °
    Sat
    31 °

    ସମ୍ବନ୍ଧିତ