Friday, September 18, 2026
31.1 C
Odisha

    ସ୍ୱାମୀଙ୍କ ସହ ମାର୍କେଟରୁ ଫେରୁଥିଲେ ମହିଳା, ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ଭଦ୍ରକ : ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚାରି ଘରିଆ ଛକ ନିକଟରେ ଘଟିଛି ଲୁଟ୍ । ଦୁଇ ଜଣ ଦୁର୍ବୁତ୍ତ ଏକ କଳା ପଲସର ଗାଡିରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଫେରାର ମାରିଥିଲେ । ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚାରି ଘରିଆ ଦୁଃଖ ନଗରର ପଦ୍ମାବତୀ ମିଶ୍ର ।ଗତକାଲି ରାତି ପ୍ରାୟ ୧୦ଟାରେ ତାଙ୍କ ସ୍ୱାମୀଙ୍କ ସହିତ ମାର୍କେଟିଂ କରି ଫେରୁଥିବା ବେଳେ ଦୁର୍ବୁତ୍ତମାନେ ତାଙ୍କୁ ଅନେକ ସମୟ ଧରି ପିଛା କରିଥିଲେ । ଶେଷରେ ମୌକା ଦେଖି ଚାରି ଘରିଆ ଛକ ନିକଟରେ ସୁନା ଚେନ ଟାଣି ନେଇଗଲେ । ପଦ୍ମାବତୀ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ପରେ ପଦ୍ମାବତୀ ମିଶ୍ର ଏ ସମ୍ପର୍କରେ ଭଦ୍ରକ ଟାଉନ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

    ଯଦି ଆପଣ ସୁନା ଚେନ୍‌ ପିନ୍ଧୁଛନ୍ତି ତେବେ ସାବଧାନ ରୁହନ୍ତୁ । କାରଣ ଆଜିକାଲି ଚାରିଆଡେ ଲୁଟେରା ଚୋରି କରିବା ଉଦ୍ଦେଶ୍ୟରେ ଘୁରି ବୁଲୁଛନ୍ତି । କେତେବେଳେ ଯେ ଆପଣଙ୍କୁ ଟାର୍ଗେଟ କରି ଆପଣଙ୍କ ଠାରୁ ଦାମୀ ସୁନା ଗହଣା ଲୁଟିନେବେ ତାହା କହି ହେବନି । ସୁନା ତ ଯିବ ଏହା ସହ ଆପଣଙ୍କ ଜୀବନ ମଧ୍ୟ ବିପଦ ରହିଛି । ତେଣୁ ଯଦି ବି ଆପଣ ସୁନା ଜିନିଷ ପିନ୍ଧୁଛନ୍ତି ଏହାକୁ ଓଢ଼ଣୀ କିମ୍ବା ଶାଢୀରେ ଘୋଡ଼ାଇ ରଖିବାକୁ ଚେଷ୍ଟା କରନ୍ତୁ । ଏଭଳି କରିବା ଦ୍ୱାରା ସୁନା ଜିନିଷ ଚୋରଙ୍କ ନଜରରେ ଏତେ ସହଜରେ ପଡ଼ିବନି ଏବଂ ଆପଣଙ୍କ ଜିନିଷ ସୁରକ୍ଷିତ ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    31.1 ° C
    31.1 °
    31.1 °
    65 %
    2.2kmh
    51 %
    Fri
    31 °
    Sat
    30 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ