Saturday, March 7, 2026
35.2 C
Odisha

    ହସ୍‌ ମନି ମାମଲାରେ ଟ୍ରମ୍ପଙ୍କୁ ‘ସର୍ତ୍ତବିହୀନ ମୁକ୍ତି

    ଆଗକୁ ପଢନ୍ତୁ

    ୱାସିଂଟନ୍‌: ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ୍‌  ‘ହସ୍‌ ମନି’ (ଦୋଷ ଲୁଚାଇବା ପାଇଁ ଲାଞ୍ଚ) ମାମଲାରେ ଦୋଷୀସାବ୍ୟସ୍ତ ହେବାପରେ ଆଜି ଏହି ମାମଲାରେ ତାଙ୍କ ବିରୋଧରେ ଦଣ୍ଡାଦେଶ ଥିଲା। କିନ୍ତୁ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ହୋଇ ସାରିଥିବାରୁ  ଅଦାଲତ ତାଙ୍କୁ କୌଣସି ଦଣ୍ଡା‌ଦେଶ ଶୁଣାଇନାହାନ୍ତି। ଅଦାଲତ ଟ୍ରମ୍ପ୍‌ଙ୍କୁ ଏହି ମାମଲାରେ ଜଣେ ଦୋଷୀ ଭାବେ କାଏମ ରଖିଥିଲେ ସୁଦ୍ଧା ତାଙ୍କୁ ସର୍ତ୍ତବିହୀନ ମୁକ୍ତି ଦେଇଛନ୍ତି।ଜଣେ ଅପରାଧୀ ଭାବେ ଦୋଷୀସାବ୍ୟସ୍ତ ହେବାପରେ ସେ ପ୍ରଥମ ବ୍ୟକ୍ତି ଭାବେ ରାଷ୍ଟ୍ରପତି ପଦରେ ରହିବେ। ଆଜି ଫ୍ଲୋରିଡା କ୍ଲବ୍‌ରୁ ଟ୍ରମ୍ପ୍‌  ଭର୍ଚୁଆଲ ଭାବେ ଶୁଣାଣିରେ ଯୋଗ ଦେଇଥିଲେ।  ଉଲ୍ଲେଖଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ଜାନୁଆରି ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେବେ।  ଟ୍ରମ୍ପ୍‌ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ, ଶୁଣାଣି ଓ ଦଣ୍ଡାଦେଶକୁ ରାଜନୀତି ପ୍ରେରିତ ବୋଲି  କହିଛନ୍ତି। ଏହା କେବଳ ବଦନାମ କରିବା ପାଇଁ  ଏକ ପ୍ରକ୍ରିୟା ଥିଲା ଯାହା ନିଷ୍ଫଳ ହୋଇଛି ବୋଲି ଟ୍ରମ୍ପ୍‌ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    21 %
    3.3kmh
    0 %
    Sat
    34 °
    Sun
    37 °
    Mon
    37 °
    Tue
    39 °
    Wed
    40 °

    ସମ୍ବନ୍ଧିତ