Sunday, April 20, 2025
30.5 C
Odisha

    ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ରଙ୍ଗର ପର୍ବ ହୋଲି ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସେ କହିଛନ୍ତି, ରଙ୍ଗର ପର୍ବ ପବିତ୍ର ହୋଲି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । ଭାତୃତ୍ୱ ଓ ସଦଭାବନାର ଏହି ପର୍ବ ହୋଲି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରିଦେଉ । ରାଧା ଗୋବିନ୍ଦଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳମୟ ଜୀବନ କାମନା କରୁଛି। ଅନ୍ୟପଟେ ସାରା ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇ ଭଲପାଇବା ପରିପ୍ରକାଶ କରୁଛି । ପରିବାର, ବନ୍ଧୁ, ପ୍ରିୟଜନକୁ ନେଇ ରଙ୍ଗ ଖେଳରେ ସମସ୍ତେ ମସଗୁଲ। ପିଠା, ମିଠା ,ପାନ ଖାଇବାର ଆସର ବି ଜମୁଛି । ରଙ୍ଗ ଲଗାଇ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ଭୁବନେଶ୍ବର, କଟକ, ବ୍ରହ୍ମପୁର ସମେତ ରାଜ୍ୟର କୋଣ ଅନୁକୋଣରେ ସ୍ବତନ୍ତ୍ର ଆୟୋଜନ ହୋଇଛି। ସବୁଠି ଦେଖାଦେଇଛି ଉତ୍ସବର ପରିବେଶ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    48 %
    2.4kmh
    3 %
    Sun
    31 °
    Mon
    43 °
    Tue
    44 °
    Wed
    44 °
    Thu
    44 °

    ସମ୍ବନ୍ଧିତ