Tuesday, April 21, 2026
28.3 C
Odisha

    ହୋଲି ପାଇଁ ଆସିଲା ଗାଇଡଲାଇନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଉ ମାତ୍ର 2 ଦିନ ପରେ ରଙ୍ଗର ପର୍ବ ହୋଲି । ଏନେଇ ବଜାର ପୁରା ରଙ୍ଗିନ । ବିଭିନ୍ନ ରଙ୍ଗ ବେରଙ୍ଗର ଅବିର ବିକ୍ରି କରୁଛନ୍ତି ଦୋକାନୀ । ଏହାରି ଭିତରେ କମିଶନରେଟ୍ ପୋଲିସ ହୋଲି ନେଇ ଗାଇଡଲାଇନ ଜାରି କରିଛି । ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

    ଡିସିପି ଜଗମୋହନ ମୀନାଙ୍କର କହିବା ଅନୁସାରେ, ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ମନା । ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ । ତେବେ ହୋଲି ଦିନ ଯେଉଁମାନେ ରାସ୍ତା ଉପରେ ହୋଲି ଖେଳି ଗହଳି କରିବେ ସେମାନଙ୍କୁ ପିସିଆର ଉଠାଇ ନେଇଯିବ ।ସେହିପରି ଚଳିତ ବର୍ଷ ରାଜଧାନୀରେ କେବଳ ହର୍ବାଲ ରଙ୍ଗକୁ ଅନୁମତି ଦିଆଯାଇଥିବା ବେଳେ କେମିକାଲ୍‌ ରଙ୍ଗ ବାରଣ କରାଯାଇଥିବା ନେଇ ଡିସିପି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.3 ° C
    28.3 °
    28.3 °
    34 %
    1.1kmh
    71 %
    Tue
    42 °
    Wed
    43 °
    Thu
    43 °
    Fri
    44 °
    Sat
    43 °

    ସମ୍ବନ୍ଧିତ