Saturday, May 2, 2026
25.9 C
Odisha

    ୟୁକୋ ବ୍ୟାଙ୍କର ପୂର୍ବତନ ସିଏମଡି ଗିରଫ, ୬୨୧୦ କୋଟିର ଋଣ ଦୁର୍ନୀତି ଅଭିଯୋଗ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୟୁକୋ ବ୍ୟାଙ୍କରେ ଏକ ବଡ଼ ଧରଣର ଋଣ ଦୁର୍ନୀତିର ପର୍ଦ୍ଦାଫାଶ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏହି ମାମଲାରେ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ ଇଡି ଏକ ବଡ଼ ଧରଣର ଚଢଉ କରିଛି । ଏହା ସହିତ ୟୁକୋ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ସୁବୋଧ କୁମାର ଗୋୟଲଙ୍କୁ ଗିରଫ କରାଯାଇଛି। ସୁବୋଧଙ୍କ ବିରୋଧରେ ଏକ କମ୍ପାନୀକୁ ହଜାର ହଜାର କୋଟି ଟଙ୍କାର ଋଣ ହେରଫେର ଏବଂ ତା ବଦଳରେ ଲାଞ୍ଚ ଓ ଅନ୍ୟାନ୍ୟ ଅନୁଗ୍ରହ ଗ୍ରହଣ କରିବାର ଅଭିଯୋଗ ରହିଛି।

    ଇଡି ଅନୁଯାୟୀ, ଗୋୟଲଙ୍କ ଉପରେ ଅଭିଯୋଗ ଅଛି ଯେ ସେ ଯେତେବେଳେ ୟୁକୋ ବ୍ୟାଙ୍କର ସିଏମଡି ଥିଲେ, ସେ କନକାଷ୍ଟ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ (ସିଏସପିଏଲ) ନାମକ କୋଲକାତା ସ୍ଥିତ ଏକ କମ୍ପାନୀକୁ ବିପୁଳ ଋଣ ଦେଇଥିଲେ। କିନ୍ତୁ କମ୍ପାନି ନାଁରେ ଋଣ ଦିଆଯାଇଥିବାବେଳେ ହେରଫେର କରି ଋଣ ଅର୍ଥକୁ ଅନ୍ୟ ନାଁକୁ ଟ୍ରାନ୍ସଫର କରାଯାଇଥିଲା । ଇଡି ଅନୁସାରେ କମ୍ପାନୀ ଦ୍ୱାରା ୬୨୧୦ କୋଟି ଟଙ୍କା ଅନ୍ୟତ୍ର ପ୍ରେରଣ କରାଯାଇଥିଲା ।

    କେବଳ ଏତିକି ନୁହେଁ, ଇଡି ଦାବି କରିଛି ଯେ ଗୋୟଲଙ୍କୁ ଏହି ସମ୍ପୂର୍ଣ୍ଣ ଖେଳ ପାଇଁ “କମିସନ” ମିଳିଥିଲା। ନଗଦ ଟଙ୍କା, ସମ୍ପତ୍ତି, ବିଳାସପୂର୍ଣ୍ଣ ଜିନିଷ, ହୋଟେଲ ବୁକିଂ, ଏସବୁ ଏକ ଗୋପନୀୟ ନେଟୱାର୍କ ମାଧ୍ୟମରେ ପହଞ୍ଚାଯାଉଥିଲା ଯାହା ଦ୍ୱାରା କେହି କିଛି ଜାଣିପାରିବେ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.9 ° C
    25.9 °
    25.9 °
    58 %
    2.1kmh
    0 %
    Fri
    26 °
    Sat
    39 °
    Sun
    41 °
    Mon
    41 °
    Tue
    36 °

    ସମ୍ବନ୍ଧିତ