Monday, April 20, 2026
30.2 C
Odisha

    ୧୪ ଏପ୍ରିଲରେ ଶୁକ୍ରାଦିତ୍ୟ ରାଜଯୋଗ ; ଏହି ରାଶିଙ୍କୁ କୋଟିପତି କରିବେ ଶୁକ୍ର-ସୂର୍ଯ୍ୟ

    ଆଗକୁ ପଢନ୍ତୁ

    ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନବଗ୍ରହଙ୍କ ମଧ୍ୟରୁ ସୂର୍ଯ୍ୟଙ୍କୁ ଗ୍ରହଙ୍କ ରାଜା ସହ ଆତ୍ମା, ମାନ-ସମ୍ମାନ ଆଦିର କାରକ ବୋଲି ମାନ୍ୟତା ରହିଛି। ସୂର୍ଯ୍ୟଙ୍କ ସ୍ଥିତିରେ ପରିବର୍ତ୍ତନର ପ୍ରଭାବ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡ଼ିଥାଏ। ଏହି ସମୟରେ ସୂର୍ଯ୍ୟଙ୍କ ସ୍ଥିତି ମୀନ ରାଶିରେ ଶନି ଓ ମଙ୍ଗଳଙ୍କ ସହ ବିରାଜମାନ ରହିଛି। ମାତ୍ର ୧୪ ଏପ୍ରିଲରୁ ସୂର୍ଯ୍ୟ ରାଶି ପରିବର୍ତ୍ତନ କରି ନିଜ ଉଚ୍ଚ ରାଶିରେ ପ୍ରବେଶ କରିବା ପରେ ଅନେକ ରାଶି ଉପରେ ସକରାତ୍ମକ ପ୍ରଭାବ ପକାଇବେ। ସୂର୍ଯ୍ୟ ଏହି ରାଶିରେ ପ୍ରବେଶ କରିବା ପରେ ଶୁକ୍ରଙ୍କ ସହ ଏକାଠି ହେବେ। ଫଳରେ ଶୁକ୍ର ଓ ସୂର୍ଯ୍ୟ ଏକାଠି ହୋଇ ଶୁକ୍ରାଦିତ୍ୟ ରାଜଯୋଗ ସୃଷ୍ଟି ହେବା ପରେ ୧୨ ରାଶି ଉପରେ ଏହାର ପ୍ରଭାବ ଦେଖାଯିବ।

    ସୂର୍ଯ୍ୟ ୧୪ ଏପ୍ରିଲ ୨୦୨୬ରେ ମଙ୍ଗଳବାର ସକାଳ ୯ଟା ୩୮ରେ ମେଷ ରାଶିରେ ପ୍ରବେଶ କରିବେ। ଏହି ରାଶିରେ ମେ’ ୧୫ ପର୍ଯ୍ୟନ୍ତ ରହିବେ। ଏହି ସମୟରେ ଶୁକ୍ରଙ୍କ ସହ ସୂର୍ଯ୍ୟ ଏକାଠି ହେବେ। ଫଳରେ କିଛି ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ। ଜାଣନ୍ତୁ ସେହି ସୌଭାଗ୍ୟଶାଳୀ ରାଶି ବିଷୟରେ..

    ମେଷ- ଶୁକ୍ରାଦିତ୍ୟ ରାଜଯୋଗ ଫଳରେ ଏହି ରାଶି ପାଇଁ ବେଶ ଲାଭଦାୟକ ହେବ। ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍ ଦେବ। ଏହି ରାଶି ଜାତକର ପଞ୍ଚମ ସ୍ଥାନରେ ଅର୍ଥାତ୍ ମା’ଲକ୍ଷ୍ମୀଙ୍କ ସ୍ଥାନରେ ସୂର୍ଯ୍ୟ ଗ୍ରହ ରହିଛନ୍ତି। ଫଳରେ ଆପଣଙ୍କୁ ଖୁବ୍ ଲାଭ ମିଳିବ। ଅଟକି ଥିବା କାମ ପୂରଣ ହେବ। ବ୍ୟକ୍ତିତ୍ୱର ବିକାଶ ହେବ। ଆତ୍ମବିଶ୍ୱାସରେ ଜବରଦସ୍ତ ବୃଦ୍ଧି ହେବ। କର୍ମକ୍ଷେତ୍ର ଓ ପରିବାରରେ ମାନ-ସମ୍ମାନ ବୃଦ୍ଧି ହେବ। ସରକାରୀ କାର୍ଯ୍ୟରେ ସଫଳତା ମିଳିବ। ଯେଉଁମାନେ ଚାକିରି କରିଛନ୍ତି, ସେମାନଙ୍କୁ ଶୁଭଫଳ ମିଳିବ। ନୂଆ ଦାୟିତ୍ୱ ମିଳିବ। ବରିଷ୍ଠ ଅଧିକାରୀଙ୍କ ସହ ଆପଣଙ୍କ ସମ୍ପର୍କ ମଜଭୁତ ହେବ। ବୈବାହିକ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ସହ ହସଖୁସିରେ ସମୟ ବିତିବ।
    ଉପାୟ- ସୂର୍ଯ୍ୟଙ୍କର ଶୁଭଫଳ ପ୍ରାପ୍ତି ପାଇଁ ନିୟମିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ। ସକାଳେ ସ୍ନାନ ପରେ ତମ୍ବା ଲୋଟାରେ ଲାଲ ଫୁଲ ଓ ସିନ୍ଦୂର ପକାଇ ସୂର୍ଯ୍ୟଙ୍କୁ ଅର୍ପଣ କଲେ ଅତ୍ୟଧିକ ଶୁଭଫଳ ଓ ସଫଳତା ପ୍ରାପ୍ତି ହେବ।

    ମିଥୁନ- ଏହି ରାଶିଙ୍କ ପାଇଁ ମଧ୍ୟ ଲାଭ ଦାୟକ ହେବ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ। ଏହି ରାଶି ଭାଗ୍ୟବାନ୍ କରିବ ଶୁକ୍ରାଦିତ୍ୟ ରାଜଯୋଗ। ଜାତକରେ ତୃତୀୟ ସ୍ଥାନରୁ ସୂର୍ଯ୍ୟ ୧୧ ତମ ସ୍ଥାନକୁ ଆସିବା ଦ୍ୱାରା ପରିଶ୍ରମର ସମ୍ପୂର୍ଣ୍ଣ ଫଳ ମିଳିବ। ଚାକିରି କରୁଥିବା ବ୍ୟକ୍ତି ବିଶେଷ ଅନେକ କ୍ଷେତ୍ରରେ ସଫଳତା ପାଇବେ। ନୂଆ ଚାକିରିର ମଧ୍ୟ ଯୋଗ ରହିଛି। ଆପଣଙ୍କ ଯଶ, ପ୍ରତିଷ୍ଠା ଠାରୁ ଆରମ୍ଭ କରି ଦରମା ବୃଦ୍ଧି ମଧ୍ୟ ହେବାର ସମ୍ଭାବନା ରହିଛି। ସାହସ ଓ ପରାକ୍ରମରେ ମଧ୍ୟ ବୃଦ୍ଧି ହେବ। ମାନ-ସମ୍ମାନ ବୃଦ୍ଧି ହେବ। ଆୟର ସ୍ରୋତରେ ବୃଦ୍ଧି ହେବ। ଅଟକି ଥିବା ଧନ ମଧ୍ୟ ଫେରସ୍ତ ମିଳିବ। ପରିଶ୍ରମର ଫଳ ମଧ୍ୟ ମିଳିବ।
    ଉପାୟ- ନିୟମିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ। ଗହମ କିମ୍ବା ତମ୍ବାର ଦାନ କରନ୍ତୁ।

    ସିଂହ- ଏହି ରାଶିଙ୍କ ଜାତକରେ ନବମ ସ୍ଥାନରେ ସୂର୍ଯ୍ୟ ଚଳନ କରିବେ। ଅନେକ କ୍ଷେତ୍ରରେ ସଫଳତା ମିଳିବ। ଜୀବନରେ ଖୁସିର ଆଗମନ ହେବ। ପରିବାର ସଦସ୍ୟଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍ ମିଳିବ। ନୂଆ ଚାକିରିି ସୁଯୋଗ ମିଳିବା ସହ ପଦନ୍ନୋତି, ଦରମା ବୃଦ୍ଧି ହୋଇପାରେ। ବ୍ୟବସାୟୀ ମଧ୍ୟ ଲାଭବାନ୍ ହେବେ। ଉଚ୍ଚ ଶିକ୍ଷା ପାଇବାର ଆଶା ମଧ୍ୟ ପୂରଣ ହେବ। କୁହାଯାଏ ଯେତେବେଳେ ଭାଗ୍ୟ ସାଥ୍ ଦେଇଥାଏ, ସହଜରେ କାର୍ଯ୍ୟରେ ସଫଳତା ମଧ୍ୟ ମିଳିଯାଏ। ଯେଉଁମାନଙ୍କର ବିବାହରେ ବିଳମ୍ବ ହେଉଥିଲା, ସେମାନଙ୍କର ବିବାହ ମଧ୍ୟ ହେବ। ସରକାରୀ କାର୍ଯ୍ୟରେ ସଫଳତା ମିଳିବ। ଅଟକି ଥିବା କାମ ପୂରଣ ହେବ। ସୂର୍ଯ୍ୟଙ୍କ ଦୃଷ୍ଟି ତୃତୀୟ ଭାଗରେ ପଡ଼ିବା କାରଣରୁ ସାହସ, ପରାକ୍ରମ, ଭାଇ ଭଉଣୀ ଓ ଯାତ୍ରା ସହ ଜଡିତ। ଆତ୍ମବିଶ୍ୱାସ ଓ ସାହସ ମଧ୍ୟ ବୃଦ୍ଧି ହେବ।
    ଉପାୟ – ସୂର୍ଯ୍ୟଙ୍କ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ପାଇଁ ନିୟମିତ ଅର୍ଘ୍ୟ ଦାନ କରନ୍ତୁ। ଏହାସହ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ। ଗାୟତ୍ରୀ ମନ୍ତ୍ର ମଧ୍ୟ ପାଠ କରନ୍ତୁ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.2 ° C
    30.2 °
    30.2 °
    32 %
    1.1kmh
    1 %
    Mon
    43 °
    Tue
    43 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ