Sunday, October 4, 2026
23.3 C
Odisha

    ୨୦୨୫ରେ ୪ ଶକ୍ତିଶାଳୀ ଗ୍ରହଙ୍କ ଚଳନ; ୩ ରାଶି ହେବେ ମାଲାମାଲ୍‌

    ଆଗକୁ ପଢନ୍ତୁ

    ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାଆନ୍ତି। କେତେକ ସମୟରେ ସିଧା ତ ପୁଣି କେତେବେଳେ ଓଲଟା ଚଳନ କରିଥାଆନ୍ତି। ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ। ନୂଆବର୍ଷ ୨୦୨୫ରେ ବୁଧ,ଗୁରୁ, ଶୁକ୍ର ଓ ଶନି ଭଳି ୪ ଶକ୍ତିଶାଳୀ ଗ୍ରହ ଓଲଟା ଚଳନ କରିବାକୁ ଯାଉଛନ୍ତି। ଏହାର ପ୍ରଭାବରେ ୩ ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବାକୁ ଯାଉଛି। ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି ବିଷୟରେ..

    କର୍କଟ – ୪ ଗ୍ରହଙ୍କ ଚଳନ ହେତୁ କର୍କଟ ରାଶି ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ଖୁବ୍‌ ଲାଭ ମିଳିବ। ନୂଆ କାମ ଆରମ୍ଭ କରିବାର ଯୋଗ ରହିଛି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସା ମିଳିବ। ସ୍ୱାସ୍ଥ୍ୟ ଉତ୍ତମ ରହିବ।

    ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁସି ଖବର ମିଳିବ। ନୂଆ ଚାକିରି ମିଳିବା ସହ ପଦନ୍ନୋତିର ଯୋଗ ରହିଛି। ବର୍ଷଯାକ ହସଖୁସି ମିଳିବା ସହ ନୂଆ ନୂଆ ଯୋଜନା ସାମ୍ନାକୁ ଆସିବ। ନୂଆ ଘର କିମ୍ବା ଭୂମି କିଣି ପାରିବେ। କର୍ମକ୍ଷେତ୍ରରେ ନୂଆ ନୂଆ ଦାୟିତ୍ୱ ମିଳିବ।

    ବିଛା – ଟଙ୍କା ନିବେଶ କରି ଲାଭବାନ୍‌ ହେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ନୂଆ ଯାନ କିମ୍ବା ଭୂମି କିଣିବାର ଯୋଗ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ