Sunday, October 18, 2026
24.8 C
Odisha

    ସରିଲା ଶୀତ ଅଧିବେଶନ: ‘ଏକ ଦେଶ ଏକ ନିର୍ବାଚନ’ ବିଲ୍ ଜେପିସିକୁ ହସ୍ତାନ୍ତର

    ଆଗକୁ ପଢନ୍ତୁ

    ଆଜି ଶେଷ ହୋଇଥିବା ଶୀତ ଅଧିବେଶନର ଅନ୍ୟତମ ଚର୍ଚ୍ଚିତ ପ୍ରସଙ୍ଗ ଥିଲା ‘ଏକ ଦେଶ, ଏକ ନିର୍ବାଚନ’ ପାଇଁ ଆଗତ ୧୨୯ତମ ସମ୍ବିଧାନ (ସଂଶୋଧନ) ବିଲ୍। ଏହି ବିଲ୍‌କୁ ଯୁଗ୍ମ ସଂସଦୀୟ କମିଟି(ଜେପିସି)କୁ ସମୀକ୍ଷା ପାଇଁ ପଠାଯାଇଛି। ବିଜେପି ସାଂସଦ ପି ପି ଚୌଧାରୀଙ୍କ ଅଧ୍ୟକ୍ଷତାରେ ଗଠିତ ୩୯ ଜଣିଆ ଯୁଗ୍ମ ସଂସଦୀୟ କମିଟି (ଜେପିସି)ଏହି ବିଲ୍‌ର ସମୀକ୍ଷା କରିବ। କମିଟିରେ ଲୋକସଭାର ୨୭ ଜଣ ଓ ରାଜ୍ୟସଭାର ୧୨ଜଣ ସାଂସଦ ରହିଛନ୍ତି। ସୂଚନାଯୋଗ୍ୟ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁକ୍ରବାର ଜେପିସିକୁ ଦୁଇଟି ବିଲ୍ ପଠାଇଛନ୍ତି, ଯେଉଁଥିରେ ଦେଶରେ ଏକକାଳୀନ ନିର୍ବାଚନ କରାଇବାର ପ୍ରାବଧାନ ରହିଛି। ଗତ ୧୭ ତାରିଖରେ ଏହି ପ୍ରସଙ୍ଗରେ ସରଗରମ ବିତର୍କ ପରେ ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ବିଲ୍ ଲୋକସଭାରେ ଆଗତ ହୋଇଥିଲା। ବିରୋଧୀମାନେ ଏହାକୁ ଏକଛତ୍ରବାଦୀ ବୋଲି ଅଭିହିତ କରି ଜୋରଦାର ବିରୋଧ କରିଥିଲେ। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଵାଲ କହିଥିଲେ ଯେ ଏହି ଆଇନ ରାଜ୍ୟମାନଙ୍କର କ୍ଷମତା ସହିତ କୌଣସି ପ୍ରକାର ସାଲିସ କରିବ ନାହିଁ ଏବଂ ବିରୋଧୀ ଦଳମାନେ ଏହାକୁ ନେଇ ଅଯଥା ବିଭ୍ରାନ୍ତ କରୁଛନ୍ତି। ଯୁଗ୍ମ ସଂସଦୀୟ କମିଟି ଏହି ବିଲ୍‌କୁ ଯାଞ୍ଚ କରି ଲୋକସଭା ବାଚସ୍ପତିଙ୍କ ନିକଟକୁ ପଠାଇବ ଏବଂ କମିଟିର ସୁପାରିସ ଆଧାରରେ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ