Saturday, March 14, 2026
28.9 C
Odisha

    ୨ ଟାଣୁଆ ବିଧାୟକଙ୍କୁ ଦଳରୁ ସସ୍‌ପେଣ୍ଡ କଲା ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଜେଡ଼ି ର ବଡ଼ ଆକ୍ସନ । ବିଧାୟକ ସନା ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡ଼ିରୁ ନିଲମ୍ବିତ ।  ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଦଳରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।

    ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପ୍ରଥମ ଥର ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୯ରେ ସନାତନ ମହାକୁଡ଼ ଚମ୍ପୁଆ ଆସନରୁ ସ୍ବାଧୀନ ଭାବେ ଓ ୨୦୨୪ରେ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ । ତେବେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ଦୁଇ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ଗତବର୍ଷ ସନାଙ୍କୁ ତାଗିଦ କରିଥିଲେ ନବୀନ ।  ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିବାରୁ ତାଗିଦ କରିଥିଲେ ।  ଏବେ ସନାଙ୍କୁ ଦଳରୁ ସସପେଣ୍ଡ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    23 %
    2.9kmh
    0 %
    Sat
    31 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ