Sunday, August 24, 2025
25.3 C
Odisha

    ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ : ଓଡିଶା ଫାୟାର ସର୍ଭିସ ଦେଶର ସର୍ବଶ୍ରେଷ୍ଠ : ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ। ଭୁବନେଶ୍ୱରର ବରମୁଣ୍ଡା ଫାୟାର ଟ୍ରେନିଙ୍ଗ୍ ସେଣ୍ଟରରେ ୬୧ତମ ଫାୟାରଫାଇଟର୍ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓଡିଶା ଫାୟାର ସର୍ଭିସକୁ ଦେଶର ସର୍ବଶ୍ରେଷ୍ଠ ବୋଲି କହିଛନ୍ତି। ଓଡିଶାରେ ହେବ ବିଶ୍ୱସ୍ତରୀୟ ଫାୟାରଫାଇଟର୍ ଟ୍ରେନିଂ ସିମୁଲେଟର୍ । ଡିସେମ୍ବର ପୂର୍ବରୁ ଖାଲି ପଡ଼ିଥିବା ୩ଶହ ପଦବୀ ପୂରଣ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

    ଦୀକ୍ଷାନ୍ତ ସମାରୋହରେ ବରମୁଣ୍ଡା ଫାୟାର ଟ୍ରେନିଂ ସେଣ୍ଟରରୁ ପାସ୍ ଆଉଟ୍ କରି ୯୧୧ ନୂଆ ଆଗ୍ନିକ ସେବାରେ ଯୋଗଦେଇଛନ୍ତି । ଗତ ବର୍ଷ ଓଡିଶା ଫାୟାର ସର୍ଭିସ ୭୫୯୯ ଜୀବନକୁ ବଞ୍ଚାଇଥିଲା ଏବଂ ୧୭ହଜାର ପଶୁକୁ ଉଦ୍ଧାର କରିଥିଲା । ଉନ୍ନତ ପ୍ରଶିକ୍ଷଣ ପାଇଁ ୧୦କୋଟିର ବିଶ୍ୱସ୍ତରୀୟ ସିମୁଲେଟର ସ୍ଥାପନ କରାଯିବ। ରାମଚଣ୍ଡୀରେ ୧୨ କୋଟି ଟଙ୍କା ବ୍ୟୟରେ ଜାତୀୟ ସ୍ତରର ୱାଟର ରେସ୍କ୍ୟୁ ଓ ଲାଇଫସେଭିଙ୍ଗ୍ ସେଣ୍ଟର ଖୋଲିବ। ଏହା ସହ ରାମଚଣ୍ଡୀରେ ୧୦ କୋଟି ଟଙ୍କା ବ୍ୟୟରେ ବିଶ୍ୱସ୍ତରୀୟ ସ୍କୁବା ଡାଇଭିଂ ଟ୍ରେନିଂ ସେଣ୍ଟର ମଧ୍ୟ ସ୍ଥାପନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.3 ° C
    25.3 °
    25.3 °
    84 %
    3.4kmh
    100 %
    Sun
    25 °
    Mon
    23 °
    Tue
    25 °
    Wed
    29 °
    Thu
    30 °

    ସମ୍ବନ୍ଧିତ