Saturday, March 21, 2026
19 C
Odisha

    ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ହିଞ୍ଜିଳି : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ମାଣିକନଗର ଛକରେ ନିକଟରେ ଦୁର୍ଘଟଣା ହୋଇଛି । ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଲେ ଅଭିରାମ ପୃଷ୍ଟି । ପ୍ରତିଦିନ ପରି ଆଜି ଭୋରୁ ମଧ୍ୟ ଅଭିରାମ ନିଜ ଦୋକାନ ଖୋଲିବା ପାଇଁ ସାଇକେଲ୍ ଯୋଗେ ଘରୁ ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ଏକ ପାର୍ଶ୍ୱକୁ ଆସୁଥିଲେ । ଆଉ ଏହି ସମୟରେ କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଆଉ ଘଟଣାସ୍ଥଳରେ ଅଭିରାମଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    81 %
    1.2kmh
    10 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ