Monday, October 5, 2026
22.4 C
Odisha

    ଅନିଲ ଅମ୍ବାନୀଙ୍କ ୧୭ ଠିକଣାରେ ସିବିଆଇ ଚଢ଼ଉ

    ଆଗକୁ ପଢନ୍ତୁ

    ମୁମ୍ବାଇ : ଅନିଲ ଅମ୍ବାନୀଙ୍କ ମାଲିକାନାରେ ପରିଚାଳିତ ରିଲାଏନ୍ସ ଗ୍ରୁପ୍‌ର ମୁମ୍ବାଇସ୍ଥିତ ୧୭ଟି ଠିକଣାରେ ଗତକାଲି ସିବିଆଇ ପକ୍ଷରୁ ଚଢଉ କରାଯାଇଛି। ଏହି କମ୍ପାନୀଗୁଡିକ ହେଲା ରିଲାଏନ୍ସ ଟେଲିକମ ଲିମିଟେଡ, ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ ଏବଂ ରିଲାଏନ୍ସ ହୋମ୍‌ ଫାଇନାନ୍ସ ଲିମିଟେଡ।  ମୁମ୍ବାଇସ୍ଥିତ ସ୍ବତନ୍ତ୍ର ସିବିଆଇ ଅଦାଲତଙ୍କ ଦ୍ବାରା ଜାରି କରାଯାଇଥିବା ୱାରେଣ୍ଟ ବଳରେ ଏଭଳି ଚଢଉ କରାଯାଇଛି। ରିଲାଏନ୍ସ ଗ୍ରୁପ୍‌ର ଏହି କମ୍ପାନୀଗୁଡିକ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୨୭,୩୩୭ କୋଟି ଟଙ୍କା ଠକିଥିବାରୁ ସିବିଆଇ, ଇଡି ପକ୍ଷରୁ ଏକାଧିକ ମାମଲା ରୁଜୁ କରାଯାଇଛି। ବିଗତ କିଛି ମାସ ମଧ୍ୟରେ ସିବିଆଇ ଓ ଇଡି ପକ୍ଷରୁ ରିଲାଏନ୍ସ ଗ୍ରୁପ୍‌ର ଏକାଧିକ କମ୍ପାନୀ ଉପରେ ଚଢଉ କରାଯାଇଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ