Monday, October 5, 2026
22.4 C
Odisha

    ପୁଡୁଚେରୀ ଉପରାଜ୍ୟପାଳଙ୍କୁ ଭେଟିଲେ ରଙ୍ଗସ୍ବାମୀ

    ଆଗକୁ ପଢନ୍ତୁ

    ପୁଡୁଚେରୀ  : କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ସରକାର ଗଠନ ପ୍ରକ୍ରିୟା ତ୍ବରାନ୍ବିତ ହେଉଥିବା ଜଣାପଡିଛି। ଏଆଇଏନଆରସି ସୁପ୍ରିମୋ ଏନ.ରଙ୍ଗସ୍ବାମୀ ଇତିମଧ୍ୟରେ ଏନଡିଏ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ରଙ୍ଗସ୍ବାମୀ ଶୁକ୍ରବାର ରାତିରେ ଉପରାଜ୍ୟପାଳ କେ.କୈଳାସନାଥନଙ୍କୁ ଭେଟି ସରକାର ଗଠନ ଦାବି ଉପସ୍ଥାପନ କରିଛନ୍ତି। ରଙ୍ଗସ୍ବାମୀଙ୍କ ଏହି ଦାବିପତ୍ରକୁ ଅନୁମୋଦନ ନିମନ୍ତେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଛି। ଆସନ୍ତା ୧୩ରେ ରଙ୍ଗସ୍ବାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ପୁଡୁଚେରୀର ମୋଟ ୩୦ ଆସନ ମଧ୍ୟରୁ ଏନଡିଏ ମେଣ୍ଟ (ଏଆଇଏନଆରସି + ବିଜେପି + ଏଆଇଏଡିଏମକେ + ଏଲଜେକେ) ମୋଟ ୧୮ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିବାକୁ ସକ୍ଷମ ହୋଇଛି। ଗୁରୁବାର ରଙ୍ଗସ୍ବାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି। ଯଦି ଏଥର ସେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରନ୍ତି, ତେବେ ଏହା ତାଙ୍କର ପଞ୍ଚମ ଦଫା ଶାସନ ହେବ ବୋଲି ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ