Sunday, October 4, 2026
24.3 C
Odisha

    ଅନ୍‌ଲାଇନ୍‌ରେ ପୁଞ୍ଜିନିବେଶ ଲୋଭ ଦେଖାଇ ୫ଲକ୍ଷ ଠକେଇ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ଅନ୍‌ଲାଇନ୍‌ରେ ପୁଞ୍ଜିନିବେଶ କରି ଲାଭବାନ ହେବାର ଲୋଭ ଦେଖାଇ ସାଇବର୍‌ ଅପରାଧୀମାନେ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଦେଖିବାକୁ ମିଳିଛି। କ୍ରମାଗତ ଭାବେ ଏଭଳି ଅଭିଯୋଗ ହେଉଥିବା ବେଳେ ସଚେତନତା ଅଭାବରୁ ଏଭଳି ମାମଲା ବଢ଼ିବାରେ ଲାଗିଛି। ଏହିକ୍ରମରେ ଜଣେ ଯୁବକ ଅନ୍‌ଲାଇନ୍‌ରେ ପୁଞ୍ଜିନିବେଶ ନାଁରେ ୫ଲକ୍ଷ ଟଙ୍କା ହରାଇଥିବା ଜଣାଯାଇଛି। ଯୁବକ ଜଣକ ଏଥିନେଇ ସାଇବର୍‌ ଥାନାରେ ଅଭିଯୋଗ କରିଛନ୍ତି।ଯୁବକ ଜଣକ ଏଥିରେ ୫ଲକ୍ଷ ୭ ହଜାର ୧୦୦ ଟଙ୍କା ନିବେଶ କରିଥିଲେ। କିଛିଦିନ ପରେ ସେ ଜମା କରିଥିବା ଟଙ୍କା ଓ କମିସନ ସହ ସମସ୍ତ ଟଙ୍କା ଉଠାଇବାକୁ ଚାହିଁଥିଲେ। ତେବେ ଜମା ଟଙ୍କା ପାଇବା ପାଇଁ ଅଧିକ ଟଙ୍କା ଜମା କରିବାକୁ ପଡ଼ିବ ବୋଲି କୁହାଯାଇଥିଲା। ଏଥିରେ ଯୁବକ ଜଣକ ସନ୍ଦେହ କରିବା ସହ ଠକେଇର ଶିକାର ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ