Friday, May 8, 2026
38 C
Odisha

    ଅପରେସନ ସିନ୍ଦୂରକୁ ବର୍ଷେ : ଭାରତୀୟ ବାୟୁସେନା ଜାରି କଲା ଖାସ୍ ଭିଡିଓ, ଦେଖିବାକୁ ମିଳିଲା ପ୍ରତିଶୋଧର କାହାଣୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରର ପ୍ରଥମ ବାର୍ଷିକୀ ପୂରଣ ହୋଇଛି । ଆଜିର ଦିନକୁ ସେଲିବ୍ରେଟ୍ କରିବା ପାଇଁ ଭାରତୀୟ ବାୟୁସେନା ଏକ ଖାସ୍ ଭିଡିଓ ରିଲିଜ କରିଛି । ଏହି ଖାସ୍ ଭିଡିଓରେ ଭାରତୀୟ ବାୟୁସେନାର ଦମଦାର ଆକ୍ସନ ଦେଖିବାକୁ ମିଳିଛି । କିଭଳି ୮୮ ଘଣ୍ଟା ଭିତରେ ଭାରତର ଶତ୍ରୁକୁ ମୁହଁତୋଡ ଜବାବ ମିଳିଛି । ଭାରତୀୟ ବାୟୁସେନା ନିଜ ଅଫିସିଆଲ ଆକାଉଣ୍ଟରେ ରାତି ୧ଟା ୦୫ ମିନିଟରେ ରିଲିଜ କରାଯାଇଛି । ଏହି ସମୟରେ ପାକିସ୍ତାନୀ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରାଯାଇଥିଲା । ଏହି ଭିଡିଓରେ ବାୟୁସେନାର ପ୍ରସ୍ତୁତି, ଅପରେସନ ସିନ୍ଦୂରର ଷ୍ଟ୍ରାଟେଜୀ ଏବଂ ସଠିକ୍ ଆକ୍ରମଣର ଝଲକ ଦେଖିବାକୁ ମିଳିଛି ।

    ଏହି ଭିଡିଓ ଜରିଆରେ ଭାରତୀୟ ସେନା ତରଫରୁ ଏକ ଖାସ୍ ମେସେଜ ଦିଆଯାଇଛି । ଭିଡିଓ ସହିତ ଏକ୍ସରେ ପୋଷ୍ଟରେ ଲେଖାଯାଇଛି, ‘ଅପରେସନ ସିନ୍ଦୂରରେ ନ୍ୟାୟ ମିଳିଲା । କାର୍ଯ୍ୟାନୁଷ୍ଠାନ ସଠିକ୍, ସ୍ମ୍ତିରେ ଅମର ଅପରେସନ ସିନ୍ଦୂର ଜାରି ରହିଛି । ଭାରତ କିଛି ଭୁଲିନାହିଁ, ଭାରତ କାହାକୁ କ୍ଷମା କରିବନି ।

    ଭାରତୀୟ ବାୟୁସେନା ଜାରି କରିଥିବା ଭିଡିଓରେ ମିଲିଟ୍ରି ଅପରେସନ ସହିତ କିଛି ଜଡିତ ସିନ୍ ଏବଂ ଯବାନଙ୍କ ପ୍ରସ୍ତୁତି ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ୟୁଜର୍ସ ଏହାକୁ ନେଇ ଯବାନଙ୍କ ବାହାଦୂରୀକୁ ପ୍ରଶଂସା କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38 ° C
    38 °
    38 °
    24 %
    3.4kmh
    6 %
    Fri
    37 °
    Sat
    39 °
    Sun
    39 °
    Mon
    38 °
    Tue
    39 °

    ସମ୍ବନ୍ଧିତ