Sunday, October 18, 2026
23.2 C
Odisha

    ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୮ ଲକ୍ଷ ଟଙ୍କା ସହ ୧୪ ଟି ମୋବାଇଲ ତାସ ଓ ଜବତ୍

    ଆଗକୁ ପଢନ୍ତୁ

    କଟକ : କମିଶନରେଟ ପୋଲିସର ବଡ଼ ଧରଣର ରେଡ । କଟକ ବଜ୍ରକବାଟି ରୋଡରେ ଥିବା ଏକ ହୋଟେଲ ଉପରେ ଚଢାଉ କରି ପୋଲିସ ଏକ ଜୁଆଡି ଗ୍ୟାଙ୍ଗର ୧୩ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ମଙ୍ଗଳାବାଗ ଥାନା ପୋଲିସ ନଗଦ ୧୮ ଲକ୍ଷ ଟଙ୍କା ଜବତ୍ କରିଛି । ଅଭିଯୁକ୍ତମାନଙ୍କଠାରୁ ୧୪ ଟି ମୋବାଇଲ ଫୋନ୍,ତାସ ଓ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ, ୬ ଟି ବାଇକ୍ ଓ ଦୁଇଟି କାର୍ ମଧ୍ୟ ଜବତ୍ କରିଛି ପୋଲିସ । ଅଭିଯୁକ୍ତମାନେ କଟକ,ଭଦ୍ରକ, ଗଞ୍ଜାମ,ଖୋର୍ଦ୍ଧା, ପୁରୀ ଜିଲ୍ଲାର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ଭିତରେ କିଛି ପେଶାଦାର ଅପରାଧୀ ଅଛନ୍ତି । ଯେଉଁମାନଙ୍କ ନାଁରେ ବଡ଼ ଧରଣର ଅପରାଧିକ ମାମଲା ରହିଥିବା ଡିସିପି କହିଛନ୍ତି। ଏକ ବିଶେଷ ସୂତ୍ରରୁ ଲିଡ୍ ପାଇ ଏହି ରେଡ କରାଯାଇଥିବା କଟକ ଡିସିପି କହିଛନ୍ତି। ଏହି ଚଢ଼ାଉ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା କମିସନରେଟ୍ ପୋଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ