Thursday, August 20, 2026
23.5 C
Odisha

    ଅଳିଆ ଗଦାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

    ଆଗକୁ ପଢନ୍ତୁ

    ଟିଟିଲାଗଡ : ଅଳିଆ ଗଦାରୁ ଶିଶୁ କନ୍ୟା ଉଦ୍ଧାର । ଏପରି ଘଟଣା ଘଟିଛି ସଇଁତଳା ଥାନା ଧରପଗଡ ଗାଁ ରେ । ଗାଁର ଏକ ଅଳିଆ ଗଦାରେ ଶିଶୁ କନ୍ୟା ପଡିଥିବା ଦେଖିଥିଲେ କିଛି ସ୍ଥାନୀୟ ଲୋକେ । ତେବେ ଦେଖିବା ପରେ ନବଜାତ ଶିଶୁକୁ ଉଦ୍ଧାର କରି ସ୍ଥାନୀୟ ଅଙ୍ଗନୱାଡ଼ି ଓ ଆଶା କର୍ମୀକୁ ଦେଇଥିଲେ । ଶିଶୁର ପରିଚୟ ମିଳି ପାରି ନ ଥିବା ବେଳେ ତାକୁ ଉଦ୍ଧାର କରି ହସ୍ପିଟାଲକୁ ନେବା ବ୍ୟବସ୍ଥା କରିଥିଲେ ଗାଁ ଲୋକେ । ଘଟଣାସ୍ଥଳରେ ବଡ଼ମାଳ ଫାଣ୍ଡି ଅଧିକାରୀ ପହଂଚି ନବଜାତକୁ ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା ପାଇଁ ନେଇଛନ୍ତି । ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ । ଶିଶୁ କନ୍ୟାଟି କାହାର ଓ ସେ କେଉଁ ପରିସ୍ଥିତିରେ ଅଳିଆଗଦାରେ ପକାଇ ଦେଇଗଲେ ତାହାର ସୂଚନା ମିଳିନି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.5 ° C
    23.5 °
    23.5 °
    93 %
    1.6kmh
    36 %
    Wed
    23 °
    Thu
    27 °
    Fri
    29 °
    Sat
    25 °
    Sun
    25 °

    ସମ୍ବନ୍ଧିତ