Sunday, March 29, 2026
39.1 C
Odisha

    ଆଇଏଏସ ସ୍ତରରେ ବଡ଼ ଅଦଳବଦଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଇଏଏସ ସ୍ତରରେ ବଡ଼ ଅଦଳବଦଳ । ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହଙ୍କୁ ଷ୍ଟିଲ ଓ ମାଇନ୍ସ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେହିପରି ଜଳସଂପଦ ବିଭାଗର ପ୍ରମୁଖ ସଚିବ ହେଲେ ଶୁଭା ଶର୍ମା । ମୃଣାଳିନୀ ଦର୍ସୱାଲଙ୍କୁ ମହିଳା ଓ ଶିଶୁ ବିଭାଗର ସଚିବ ଦାୟିତ୍ବ ଦିଆଯାଇଛି । ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ ଦାୟିତ୍ବ ମିଳିଛି । ସାଧାରଣ ପ୍ରଶାସନ ଦାୟିତ୍ବରେ ମଧ୍ୟ ରହିବେ ସୁରେନ୍ଦ୍ର କୁମାର ।

    କେବିକେ ଅତିରିକ୍ତ ଦାୟିତ୍ବ ତୁଲାଇବେ ବିଷ୍ଣୁପଦ ସେଠୀ । ପରିବହନ କମିଶନର ଉଷା ପାଢ଼ୀଙ୍କୁ ଇଡକୋ ଅଧ୍ୟକ୍ଷ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ସୁରେଶ କୁମାର ବଶିଷ୍ଠ ହେଲେ ସାମାଜିକ ସୁରକ୍ଷା ଓ ସଶକ୍ତ ବିଭାଗର ପ୍ରମୁଖ ସଚିବ । ଏନବିଏସ ରାଜପୁତ ହେଲେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ । OSRTC ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ଗିରୀଶ ଏସଏନଙ୍କୁ ଓଏମସି ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ