Sunday, October 18, 2026
24.8 C
Odisha

    ଆଉ ରହିବନି ଚିରା, ଫଟା ନୋଟ ସମସ୍ୟା, ଖୁବଶୀଘ୍ର ଆସିବ ପ୍ଲାଷ୍ଟିକ ନୋଟ୍

    ଆଗକୁ ପଢନ୍ତୁ

    ଆଉ ରହିବନି ଚିରା, ଫଟା ନୋଟ ସମସ୍ୟା । ଖୁବଶୀଘ୍ର ଆସିବ ପ୍ଲାଷ୍ଟିକ ନୋଟ୍। ପ୍ଲାଷ୍ଟିକ ନୋଟ ପ୍ରଚଳନ କରିବାକୁ ବିଚାର କରୁଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ପାଟନା ଏବଂ ମୁମ୍ବାଇରେ ଅନୁଷ୍ଠିତ ଆରବିଆଇର କେନ୍ଦ୍ରୀୟ ବୋର୍ଡ ବୈଠକରେ ଏ ନେଇ ଆଲୋଚନା ହୋଇଛି। ନଗଦ କାରବାର ଯୋଗୁଁ ନୋଟ୍ ଚିରିଯିବା ଏବଂ ନୂତନ ନୋଟ୍ ଛାପିବା ଖର୍ଚ୍ଚକୁ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି। ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ ନୋଟ୍ ଛାପିବା ଖର୍ଚ୍ଚ ବାର୍ଷିକ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇଛି। ବଜାରରେ ଅଧିକ କାରବାର ଯୋଗୁଁ କୋଟି କୋଟି ଟଙ୍କା ମୂଲ୍ୟର କାଗଜ ନୋଟ୍ ମଇଳା ହୋଇ ନଷ୍ଟ ହୋଇଯାଉଛି।

    ସେହିପରି ପ୍ଲାଷ୍ଟିକ ନୋଟ୍ ପ୍ରଚଳନ ହେଲେ ଜାଲ୍ ନୋଟ୍ କାରବାର ରୋକା ଯାଇପାରିବ ବୋଲି କୁହାଯାଉଛି। ଆରବିଆଇ ପ୍ରଥମେ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବେ ପ୍ଲାଷ୍ଟିକ ନୋଟ ବଜାରକୁ ଛାଡ଼ିବ। ପ୍ରାରମ୍ଭିକ ଭାବେ ୧୦ ଓ ୨୦ ଟଙ୍କିଆ ଭଳି ଛୋଟ ନୋଟ ପ୍ଲାଷ୍ଟିକରେ ପ୍ରସ୍ତୁତ ହେବ ବୋଲି ଜଣାପଡିଛି। ଭାରତ ପୂର୍ବରୁ ଅଷ୍ଟ୍ରେଲିଆ, କାନାଡା, ଏବଂ ବ୍ରିଟେନ ଭଳି ପ୍ରାୟ ୬୦ ରୁ ଅଧିକ ଦେଶ ପ୍ଲାଷ୍ଟିକ ନୋଟ୍ ର ବ୍ୟବହାର କରୁଛନ୍ତି। କାଗଜ ନୋଟ୍ ତୁଳନାରେ ପ୍ଲାଷ୍ଟିକ ନୋଟର ସ୍ଥାୟିତ୍ୱ ଅଧିକ। ଏହି ନୋଟ୍ ଗୁଡ଼ିକ ଓଦା ହେଲେ ସହଜରେ ଚିରିବ ନାହିଁ। ବର୍ତ୍ତମାନର ଏଟିଏମ୍ ମେସିନ୍ ଗୁଡ଼ିକ ପ୍ଲାଷ୍ଟିକ ନୋଟ୍ ଗ୍ରହଣ ଓ ପ୍ରଦାନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାରୁ RBI ଖୁବଶୀଘ୍ର ଏ ନେଇ ନିଷ୍ପତ୍ତି ନେଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ