Tuesday, August 11, 2026
28.5 C
Odisha

    ଆଜିଠୁ ଅଲାରନାଥ ଦର୍ଶନ, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

    ଆଗକୁ ପଢନ୍ତୁ

    ବ୍ରହ୍ମଗିରି   : ଅତ୍ୟଧିକ ସ୍ନାନ ପରେ ଜ୍ବରରେ କମ୍ପୁଛନ୍ତି ଶ୍ରୀଜିଉ । ଆଜିଠୁ ଅଣସର ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ। ବ୍ରହ୍ମଗିରି ଅଲାରନାଥ ପୀଠରେ ପ୍ରଭୁ ଜଗନ୍ନାଥଙ୍କ ଅଲୌକିକ ରୂପ । ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥଙ୍କ ପୀଠରେ ଲାଗିଛି ଭକ୍ତମାନଙ୍କ ଗହଳିଚହଳି । ବଡ଼ି ଭୋରରୁ ଅଲାରନାଥଙ୍କ ପୀଠରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଛି । ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ସେଥିପାଇଁ ଅଲାରନାଥଙ୍କ ପୀଠରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

    ମନ୍ଦିରରେ ୭ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି । ୫୦ରୁ ଅଧିକ ସିସିଟିଭି ଲଗାଯାଇଛି । ବିଶ୍ୱାସ ରହିଛି ୩୬୫ ଦିନ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳେ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ । ଅଲାରନାଥ ପୀଠରେ କଳାମୁଗୁନି ପଥରର ଚତୁର୍ଭୁଜ ନାରାୟଣ ମୂର୍ତ୍ତି ପୂଜା ପାଉଛନ୍ତି । ଦୁଇ ପାର୍ଶ୍ୱରେ ମା’ ଲକ୍ଷ୍ମୀ ଓ ମା’ ସରସ୍ୱତୀ ବିରାଜମାନ ଅଛନ୍ତି । ଅଣସର ବେଳେ ପ୍ରଭୁଙ୍କ ପାଖରେ ସ୍ୱତନ୍ତ୍ର ସୁଆଦିଆ କ୍ଷୀରି ଭୋଗ ଲାଗି ହୋଇଥାଏ । ଯାହାକୁ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଥାଏ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.5 ° C
    28.5 °
    28.5 °
    72 %
    3.2kmh
    82 %
    Tue
    31 °
    Wed
    31 °
    Thu
    29 °
    Fri
    30 °
    Sat
    30 °

    ସମ୍ବନ୍ଧିତ