Thursday, April 2, 2026
38.5 C
Odisha

    ଆଜିଠୁ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆରମ୍ଭ; ଭାରତର ପ୍ରଥମ ମ୍ୟାଚ୍‌ ଆସନ୍ତାକାଲି

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ଆଜିଠୁ ଆରମ୍ଭ ହେଉଛି ଚାମ୍ପିୟନ୍ସ  ଟ୍ରଫି କ୍ରିକେଟ । ପାକିସ୍ତାନ ଓ ଦୁବାଇରେ ଏହି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ପାକିସ୍ତାନର କରାଚିରେ ଏହି ମ୍ୟାଚ୍ ଖେଳାଯିବ । ଆଜିଠାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ଏହା ୯ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ । ଗ୍ରୁପ୍ -ଏରେ ଭାରତ ସହ ବାଂଲାଦେଶ, ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଅଛନ୍ତି । ଭାରତ ଏହାର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଖେଳିବ। କାଲି ଟିମ୍ ଇଣ୍ଡିଆ ବାଂଲାଦେଶକୁ ଭେଟିବ। ତେବେ ସବୁଠୁ ବଡ଼ ହାଇପ୍ରୋଫାଇଲ ମ୍ୟାଚ୍ ୨୩ ତାରିଖରେ ଖେଳାଯିବ। ଏହି ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ସେହିପରି ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ଟିମକୁ ଭେଟିବ ଟିମ୍ ଇଣ୍ଡିଆ।  ଭାରତ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ୧୯୯୬ ପରେ ପାକିସ୍ତାନରେ ଆଇସିସିର କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ହେଉଛି। ମୋଟ୍ ୮ଟି ଟିମ୍ ଭାଗ ନେଉଛନ୍ତି। ଅନ୍ୟ ଟିମ୍ ମାନେ ପାକିସ୍ତାନରେ ମ୍ୟାଚ୍ ଖେଳିବେ। ତେବେ ଭାରତ ତାର ସମସ୍ତ ମ୍ୟାଚ୍ ଦୁବାଇରେ ହିଁ ଖେଳିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ